ସର୍ବଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବିଜୟୀ ଦଳକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି
ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯିବ: ସୂର୍ଯ୍ୟବଂଶୀ ସୁରଜ
ଅନୁଗୁଳ, ୦୨/୦୨: ଅନୁଗୁଳର ସ୍ଥାନୀୟ କଦମ ପଡିଆରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ୩ ୱିକେଟରେ ବିଜୟୀ ହୋଇ ଉମା ଶଙ୍କର ମେମୋରିଆଲ ଟ୍ରଫି ସହ ଏକ ଲକ୍ଷ ପୁରସ୍କାର ରାଶି ମୁଖ୍ୟ ଅତିଥି କ୍ରୀଡା ଓ ଯୁବ ବ୍ୟାପାର ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କରକମଳରୁ ଗ୍ରହଣ କରିଛି।
ଆଜି ସକାଳେ ଫାଇନାଲରେ ପହଞ୍ଚି ଥିବା ଦୁଇ ଦଳ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ସମ୍ବଲପୁର ଦଳ ମଧ୍ୟରେ ଟସ ପଡି ଥିଲା, ଟସ ଜିତି କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇ ଥିଲେ।
ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ଦଳ ୧୯.୪ଓଭର ରେ ୧୦ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲେ, ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଅନିକେତ ସିଂହ ୨୮ ଟି ବଲ ରୁ ଦୁଇଟି ଚୌକା ଓ ଦୁଇଟି ଛକା ସାହାଯ୍ୟରେ ୪୧ ରନ ସଂଗ୍ରହ କରିଥିଲେ |
କଟକ ରାଇଜିଙ୍ଗ ଦଳ ର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୪ ଓଭର ରେ୧୭ ରନ ଦେଇ ଏକ ଉଇକେଟ ନେଇ ଥିଲେ ଓ ଓମ ପ୍ରକାଶ ୨ ଓଭର ରେ ୧୩ ରନ ଦେଇ ୨ ଟି ଉଇକେଟ ନେଇ ଥିଲେ।
୧୧୮ ରନ ର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇ କଟକ ରାଇଜିଙ୍ଗ ଦଳ ୧୮.୧ ଓଭର ରେ ୭ ଉଇକେଟ ହରାଇ ନିର୍ଦ୍ଧାରିତ ୧୧୮ ରନ କରି ୩ ଉଇକେଟ ରେ ବିଜୟ ହାସଲ କରି ଥିଲା।
ରାଇଜିଙ୍ଗ କଟକ ଦଳ ର ବ୍ୟାଟ୍ସମ୍ୟାନ ଆଦିତ୍ୟ ରାଉତ ୩୭ ବଲ ରେ ୩ ଟି ଚୌକା ଓ ୩ ଟି ଛକା ସାହାଯ୍ୟରେ ୪୩ ରନ ଓ ବ୍ୟାଟ୍ସମ୍ୟାନ ଆର ଚିନା ରାଜୁ ୧୦ ଟି ବଲ ରେ ୩ ଟି ଛକା ସହାୟତାରେ ୨୨ ରନ ସଂଗ୍ରହ କରି ଥିଲେ।
ସମ୍ବଲପୁର ଦଳର ବୋଲର ଅନିକେତ ସିଂହ ୪ ଓଭର ବୋଲିଂ କରି ୧୪ ରନ ରେ ୩ ଟି ଉଇକେଟ ହାସଲ କରି ଥିଲେ। ଏ ଅବସରରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ରାଜ୍ୟରେ କ୍ରୀଡା ର ଭିତିଭୂମି ବିକାଶ ଦିଗରେ ଆମ ସରକାର ତତ୍ପର ଅଛନ୍ତି।
ଆଜି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ର ଖେଳାଳି ଆର ଚିନା ରାଜୁ ଙ୍କୁ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି ପୁରସ୍କୃତ କରି ଥିଲେ।
ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ଭାବେ କଟକ ଦଳର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଚାମ୍ପିୟନ ଟିମକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା ଓ ରନର୍ସ ଅପ ଟିମ ସମ୍ବଲପୁର ଦଳକୁ ପୂର୍ବତନ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଟ୍ରଫି ସହ ୭୫୦୦୦ ଟଙ୍କା ପ୍ରଦାନ କରି ଥିଲେ।
ଆଜିର ଫାଇନାଲ ମ୍ୟାଚକୁ ଓସିଏ ର ଅମ୍ପାୟାର ଆଶୁତୋଷ ପାଣି ଓ ମହେଶ ମୁନସୀ ଖେଳ ପରିଚାଳନା କରି ଥିଲେ।
ସ୍କୋରର ଦାୟିତ୍ୱରେ ନିକ୍ସନ ସାହୁ ଓ ସୂର୍ଯ୍ୟ ରାଉତ ଥିଲେ।
ଅନଗୁଳ ଜିଲ୍ଲା କ୍ରିକେଟ ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସମ୍ପାଦକ ସାଗରନାଥ ମିଶ୍ରଙ୍କ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା।