ବରଗଡ଼, ୦୨/୦୨: ପାଇକମାଳ ବ୍ଲକ୍ ଗୋଇବାହଲି ଠାରେ ଶନିବାର ସପ୍ତମ ରଜବୋଡାସମ୍ବର୍ ଧନୁଯାତ୍ରା ମସୋତ୍ସବ ଆରମ୍ଭ ହାଇଯାଇଛି। ପାଲସଦା, କେର୍ମେଲାବାହଲ, ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର ମିଳିତ ସଜଜୋଗରେ ଅନୁଷ୍ଠିତ ଯାତ୍ରାରେ ସକାଳ ୧୦ ଟାରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ ଶତାଧିକ ମହିଳାମାନେ କଳସ ଶୋଭାଯାତ୍ରା ସାମିଲ ହୋଇଥିଲେ। ସନ୍ଧ୍ୟାରେ ମହାରାଜ ଉଗ୍ରସେନ ଦିଗବିୟ ସାରିବା ପରେ ସାତ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ରାଜ ଦରବାର ଉଦଘାଟନ ହୋଇଥିଲା। ଉକ୍ତ ଉଦଘାଟନି ସଭାରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଭୋଜରାଜ ସିଂ ବରିହା ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ତତ୍ପରେ ଦରବାରରେ ବୈଦେହୀ କଳା ପରିଷଦ କୋଣାର୍କ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରା ବାଳିକାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ଏହି ଧନୁଯାତ୍ରା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।