ମୁମ୍ବାଇ, ୦୨/୦୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଟି-୨୦ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ। ପଞ୍ଚମ ତଥା ଅନ୍ତିମ ଟି-୨୦ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ପରାସ୍ତ କରି ଭାରତୀୟ କ୍ରିକେଟ୍ ଦଳ ଇତିହାସ ରଚିଛି। ୪-୧ରେ ଟି-୨୦ ସିରିଜ ଜିତିଲା ଭାରତ।
ପ୍ରଥମେ ଟସ ଜିତି ବୋଲିଂ କରିଥିଲା ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୪୮ ରନ୍ ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଭାରତ। ମାତ୍ର ୧୦ ଓଭର ୩ଟି ବଲରେ ୯୭ ରନରେ ଅଲ ଆଉଟ ହୋଇଛି ଇଂଲଣ୍ଡ।
ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମା ଶତକ ବଳରେ ୧୩ ଟି ଚକା ଓ ୭ଟି ଚଉକା ସହିତ ୫୪ ବଲରୁ ୧୩୫ ରନ୍ ହାସଲ କରିଥିଲେ। ସେହିପରି ଗୋଟିଏ ଓଭର ବୋଲିଂ କରି ମାତ୍ର ୩ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି ଅଭିଷେକ।
ଇଂଲଣ୍ଡ ପକ୍ଷରୁ ଓପନର ଫିଲିପ ସଲ୍ଟ ୫୫ ରନ ହାସଲ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଟିମକୁ ଆଗକୁ ନେବାରେ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସମି ୩ଟି, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତି ଓ ଅଭିଷେକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।