ଭୁବନେଶ୍ୱର, ୦୪/୦୨: ଅଗ୍ନିଶମ କର୍ମଚାରୀଙ୍କୁ ଖୁସି କରିଛନ୍ତି ରାଜ୍ୟ ସରକାର। ଅଗ୍ନିଶମ କର୍ମଚାରୀଙ୍କ ଘରଭଡ଼ା ସହ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡାଏଟ ଭତ୍ତା ୯୦୦ରୁ ୧୪୦୦, ବାଇକ ଭତ୍ତା ୩୦୦ରୁ ୧୦୫୦, ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଏବଂ ରିସ୍କ ଭତ୍ତା ୪୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହ ରାଜ୍ୟ ସରକାର ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବେ। ଏହା ଦ୍ୱାରା ୬୦୫୮ ଜଣ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Prev Post