ଲାଞ୍ଚ ନେଇ ଧରା ପଡିଲେ ଏଏସଆଇ

ଗିରଫ କଲା ଭିଜିଲାନ୍ସ

ସୁବର୍ଣ୍ଣପୁର, ୦୪/୦୨: ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ବାଇକ୍ ଛାଡିବା ବଦଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନାର ଏଏସ୍ ଆଇ ବୁଡୁ ଭୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଏକ ଦୁର୍ଘଟଣା ମାମଲାରେ ଅଭିଯୋଗକାରୀଙ୍କ ମୋଟର ସାଇକେଲ ଜବତ କରିଥିଲେ ଏଏସଆଇ ବୁଡୁ ଭୋଇ। ହେଲେ ମୋଟର ସାଇକେଲ ଫେରାଇବା ପାଇଁ ଏଏସଆଇ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏଏସଆଇ ବୁଡୁ ଭୋଇଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି।