ଭୁବନେଶ୍ୱର, ୦୪/୦୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଜଣେ ନାବାଳିକାଙ୍କ ଉପରେ ମୋ ବସ୍ ଚଢିଯିବା ଘଟଣାରେ ‘ମୋ ବସ୍’ର ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ନନ୍ଦନକାନନ ପୁଲିସ ଡ୍ରାଇଭର ନୃସିଂହ ସେଠୀଙ୍କୁ ଗିରଫ କରିବା ସହ ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛି। ଅଭିଯୁକ୍ତ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ପଟିଆ-ନନ୍ଦନକାନନ ରାସ୍ତାରେ ଏକ ୫୪ ନମ୍ବରର ମୋ ବସ୍ ଜଣେ ନାବାଳିକା ମୁନି ଜୁଆଡି(୧୩) ଙ୍କ ଉପରେ ଚଢି ଯାଇଥିଲା। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କାର୍ଯ୍ୟାନୁଷ୍ଠାନ ଦାବିରେ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ କ୍ରୁଟ ପକ୍ଷରୁ ମୃତ ନାବାଳିକା ମୁନି ଜୁଆଡିଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରାଯାଇଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଘୋଷଣା କରିବା ସହ ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏଭଳି ଏକ ଦୁର୍ଘଟଣା ହୋଇଥିବା ସ୍ୱୀକାର କରିଥିଲେ କ୍ରୁଟ କର୍ତ୍ତୃପକ୍ଷ।