ମାଲକାନଗିରି, ୦୭/୦୨: ମାଲକାନଗିରି ଜଳ ବିଭୀଷିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶୁକ୍ରବାର ଗିରଫ କରିଛି। ଏକ ୩ ମହଲା କୋଠା, ୪ଟି ଅଧିକ ମୂଲ୍ୟର ପ୍ଲଟ୍, ୪୨୨ ଗ୍ରାମ ସୁନା, ୯୧ ଲକ୍ଷରୁ ଅଧିକ ଟଙ୍କା ଜମା ଓ ନଗଦ ୨ କୋଟି ଟଙ୍କା ସମେତ ବହୁ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।
ଶ୍ରୀ ମହାପାତ୍ରଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରି ସେ ସନ୍ତୋଷଜନକ ଭାବେ ଉତ୍ତର ଦେଇ ନଥିବାରୁ ତାଙ୍କୁ ଗିରଫ କରାଯାଇଛି। ଶ୍ରୀ ମହାପାତ୍ରଙ୍କ ସହ ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡିଇଓ ବିଶ୍ୱଜିତ ମଣ୍ଡଳ, ଚୁକ୍ତିଭିତ୍ତିକ କର୍ମଚାରୀ ଅମୀୟକାନ୍ତ ସାହୁ ଓ ବେସରକାରୀ ବ୍ୟକ୍ତି ଅଲେଖ ପ୍ରଧାନଙ୍କୁ ଗିରଫ କରାଯାଇଛି।
ଗତ ବୁଧବାର ଠାରୁ ତାଙ୍କ ଘରେ ରେଡ୍ ଜାରି ରଖିଥିଲା ଭିଜିଲାନ୍ସ। ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ ଚାଲିଥିଲା।