ମହାକୁମ୍ଭରେ ସାମିଲ ହେବା ପାଇଁ ଇଚ୍ଛା! ହେଲେ ଚାଲିବାକୁ ଇଚ୍ଛା ନାହିଁ

ସଙ୍ଗମ ସ୍ଥଳରେ ପହଞ୍ଚିବା ପାଇଁ ଆରମ୍ଭ ହେଲା ହେଲିକପ୍ଟର ସୁବିଧା

ପ୍ରୟାଗରାଜ, ୦୭/୦୨: ତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ସାମିଲ ହେବା ପାଇଁ ଚାହୁଁଛନ୍ତି କି? କିନ୍ତୁ ସଙ୍ଗମ ସ୍ଥଳୀରେ ପହଞ୍ଚିବାକୁ ଚାଲିବାକୁ ଇଚ୍ଛା ନାହିଁ! ହେଲେ ଏବେ ଆଉ ଚାଲିବାକୁ ପଡ଼ିବନି। ଏବେ ହେଲିକପ୍ଟର ଯୋଗେ ବିମାନବନ୍ଦରରୁ ସିଧାସଳଖ ତ୍ରିବେଣୀ ସଙ୍ଗମରେ ପହଞ୍ଚିପାରିବେ। ମହାକୁମ୍ଭ ପାଇଁ ଉତ୍ତରପ୍ରଦେଶ ଇକୋ ଟୁରିଜିମ୍ ଡେଭଲପମେଣ୍ଟ ବୋର୍ଡ ଓ ଫ୍ଲାଇ ଓଲା ହେଲିକପ୍ଟର ସେବା ଆରମ୍ଭ କରିଛନ୍ତି।

ଏହି ସେବା ଦ୍ୱାରା ଶ୍ରଦ୍ଧାଳୁମାନେ ବିନା ଚାଲି ଚାଲି ପବିତ୍ର ସ୍ନାନ କରିପାରିବେ। ବିମାନ ବନ୍ଦରରେ ଏକ ହେଲିକପ୍ଟର ଉପଲବ୍ଧ ହେବ, ଯାହା ଯାତ୍ରୀମାନଙ୍କୁ ସିଧାସଳଖ ବୋଟ୍ କ୍ଲବର ତ୍ରିବେଣୀ ସଙ୍ଗମ ନିକଟରେ ଥିବା ହେଲିପ୍ୟାଡକୁ ନେଇଯିବ। ସେଠାରୁ ଶ୍ରଦ୍ଧାଳୁଙ୍କୁ ଏକ ଡଙ୍ଗା ଯୋଗାଇ ଦିଆଯିବ, ଯାହା ସେମାନଙ୍କୁ ପବିତ୍ର ସ୍ନାନ ପାଇଁ ସିଧା ସଙ୍ଗମକୁ ନେଇଯିବ। ଏହାପରେ ସେମାନେ ସେହି ଡଙ୍ଗା ଯୋଗେ ହେଲିପ୍ୟାଡକୁ ଫେରିବେ ଏବଂ ହେଲିକପ୍ଟର ସେମାନଙ୍କୁ ପ୍ରୟାଗରାଜ ବିମାନବନ୍ଦରରେ ଛାଡ଼ିଦେବ। ଜଣେ ବ୍ୟକ୍ତି ପିଛା ୩୫,୦୦୦ ଟଙ୍କା ଖର୍ଚ୍ଚ ହେବ।