ଆଜିର ତାରିଖ ୭ ଫେବ୍ରୁଆରୀ ୨୦୨୫:
*ସୁରକ୍ଷିତ ଇଣ୍ଟରନେଟ୍ ଦିବସ: ଫେବ୍ରୁଆରୀ ଦ୍ବିତୀୟ ସପ୍ତାହର ଦ୍ବିତୀୟ ଦିନକୁ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଏ। ଇଣ୍ଟରନେଟକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଏହି ଦିବସ ଆହ୍ୱାନ କରିଥାଏ।
*ଏଡ଼ସ ସଚେତନତା ଦିବସ: ଏଚଆଇଭି/ଏଡସ୍ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏଚଆଇଭି ପ୍ରତିରୋଧ, ପରୀକ୍ଷା ଏବଂ ଚିକିତ୍ସାକୁ ପ୍ରୋତ୍ସାହିତ କରିବା ଏହି ଦିବସର ଉଦ୍ଦେଶ୍ୟ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
୧. ମନ୍ମଥ ନାଥ ଗୁପ୍ତା (୭ ଫେବ୍ରୁଆରୀ ୧୯୦୮ – ୨୬ ଅକ୍ଟୋବର ୨୦୦୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଦକ୍ଷ ଲେଖକ ଥିଲେ। ସେ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଆତ୍ମଜୀବନୀ, ଐତିହାସିକ ଓ ଗଳ୍ପ ସାହିତ୍ୟ ରଚନା କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ସେ ଇଂରେଜ ବିରୁଦ୍ଧରେ ଲଢି ଜେଲ୍ ଯାଇଥିଲେ। ସେ ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନର ଜଣେ ସଦସ୍ୟ ମଧ୍ୟ ଥିଲେ।
୨. ସୁଜିତ କୁମାର (୭ ଫେବ୍ରୁଆରୀ ୧୯୩୪ – ୫ ଫେବୃଆରୀ ୨୦୧୦), ଭୋଜପୁରୀ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତା। ସେ ଅଧିକାଂଶ ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ଅଭିନେତା ସୁଜିତ କୁମାର ଭୋଜପୁରୀ ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ସୁପରଷ୍ଟାର ହୋଇଥିଲେ।
୩. କିଦାମ୍ବି ଶ୍ରୀକାନ୍ତ (୭ ଫେବ୍ରୁଆରୀ ୧୯୯୩) ଜଣେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି। ସେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ୨୫ ଜୁନ୍ ୨୦୧୭ରେ ଅଷ୍ଟ୍ରେଲିଆ ଓପନ୍ ସୁପର ସିରିଜ୍ ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ବିଶ୍ୱ ଚାମ୍ପିୟନ ଚାଇନାର ଚେନ୍ ଲଙ୍ଗ୍ ଙ୍କୁ ପରାସ୍ତ କରିଥିଲେ। କିଛି ଦିନ ତଳେ ସେ ଇଣ୍ଡୋନେସିଆ ଓପନ୍ ସୁପର ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି, ଯିଏ କି ଏହି ସଫଳତା ହାସଲ କରିଛନ୍ତି। ୨୧ ମାର୍ଚ୍ଚ ୨୦୧୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସଚିନ୍ଦ୍ରନାଥ ସାନ୍ୟାଲ (୧୮୯୩ – ୭ ଫେବୃଆରୀ ୧୯୪୨) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ୧୯୨୩ ମସିହାରେ ତାଙ୍କ ଦ୍ୱାରା ଗଠିତ “ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନ”କୁ ଭଗତ ସିଂହ ଏବଂ ଅନ୍ୟ ସହଯୋଗୀମାନେ “ହିନ୍ଦୁସ୍ତାନ ସୋଶାଲିଷ୍ଟ ଡେମୋକ୍ରାଟିକ୍ ୟୁନିୟନ” ଭାବରେ ବିକଶିତ କରିଥିଲେ। ଶଚିନ୍ଦ୍ରନାଥ ସାନ୍ୟାଲ ଦୁଇଥର ‘କଳା ପାଣି’ ଦଣ୍ଡରେ ଦଣ୍ଡିତ ହୋଇଥିଲେ।
ଆଜିର ଦିନରେ ଘଟିଥିବା ଘଟଣାବଳୀ:-
୧୭୯୨ – ଫ୍ରାନ୍ସ ବିରୋଧରେ ପ୍ରୁଷିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୮୩୧ – ୟୁରୋପୀୟ ଦେଶ ବେଲଜିୟମ ସମ୍ବିଧାନ ଗ୍ରହଣ କଲା।
୧୯୪୦ – ବ୍ରିଟେନରେ ରେଳବାଇ ଜାତୀୟକରଣ ହୋଇଥିଲା।
୧୯୪୨ – ବ୍ରିଟେନ ଥାଇଲାଣ୍ଡ ବିରୋଧରେ ଯୁଦ୍ଧ ଘୋଷଣା କଲା।
୧୯୪୫ – ଆମେରିକା, ବ୍ରିଟେନ ଓ ରୁଷିଆ ମଧ୍ୟରେ ଦ୍ବିତୀୟ ବିଶ୍ୱଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଉପରେ ଆଲୋଚନା ହୋଇଥିଲା।
୧୯୪୭ – ପାଲେଷ୍ଟାଇନକୁ ବିଭାଜନ କରିବା ପାଇଁ ବ୍ରିଟେନର ପ୍ରସ୍ତାବକୁ ଆରବ ଓ ଇହୁଦୀମାନେ ପ୍ରତ୍ୟାଖ୍ୟାନ କରିଥିଲେ।
୧୯୬୨ – ଆମେରିକା କ୍ୟୁବାରୁ ସମସ୍ତ ଆମଦାନୀ ବ୍ୟାନର କରିଥିଲା।
୧୯୬୨ – ଜର୍ମାନୀର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ପାଖାପାଖି ୩୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
୧୯୬୫ – ଉତ୍ତର ଭିଏତନାମରେ ଆମେରିକା ଲଗାତାର ଏୟାର ଷ୍ଟ୍ରାଇକ୍ କରିଥିଲା ।
୧୯୮୩ – କୋଲକାତାରେ ଇଷ୍ଟର୍ଣ୍ଣ ନ୍ୟୁଜ୍ ଏଜେନ୍ସି ପ୍ରତିଷ୍ଠା ହୋଇଥିଲା।
୧୯୮୭ – ଆଫ୍ରିକାନ ନ୍ୟାସନାଲ କଂଗ୍ରେସ (ଏଏନସି)କୁ ସ୍ୱୀକୃତି ଦେଇଥିଲା ଜାପାନ।
୧୯୯୯ – ଜୋର୍ଡାନର ରାଜା ହୁସେନଙ୍କ ମୃତ୍ୟୁ ପରେ ଅବଦୁଲ୍ଲା ନୂଆ ଶାହା ହୋଇଥିଲେ।
୨୦୦୦ – ଭାରତ ଓ ଆମେରିକା ମଧ୍ୟରେ ଗଠିତ ଜଏଣ୍ଟ ଅପୋଜିସନ ଗ୍ରୁପର ପ୍ରଥମ ବୈଠକ ୱାଶିଂଟନରେ ହୋଇଥିଲା।
୨୦୦୧ – ଏରିଏଲ ଶ୍ୟାରୋନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।