କଟକ, ୦୯/୦୨: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୱାନ ଡେ ମ୍ୟାଚରେ ଐତିହାସିକ ଶତକ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ରୋହିତ ଚମତ୍କାର ପ୍ରଦର୍ଶନ କରି ଶତକ ହାସଲ କରିବା ପରେ ଫର୍ମକୁ ଫେରିଛନ୍ତି।
୭୬ ବଲ୍ ରେ ୯ଟି ଚୌକା ଓ ୭ଟି ଛକା ବଳରେ ଶତକ ହାସଲ କରିଛନ୍ତି ରୋହିତ। ସେ ୧୨ ଟି ଇନିଂସ ପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରି ମାତ୍ର ୩୦ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୫୬ ବଲ୍ ରୁ ୮୦ ରନ୍ ଅତିକ୍ରମ କରିବା ସହ ଆଉ ୨୦ ବଲ୍ ନେଇ ଶତକ ପୂରଣ କରିଥିଲେ।
ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୫୦ ଓଭରରେ ୯ଟି ୱିକେଟ ହରାଇ ୩୦୪ ରନ୍ କରିଥିଲା। ଭାରତ ପକ୍ଷରୁ ୩୦୫ ରନ୍ ଟାର୍ଗେଟ କରି ଓପନିଂ କରିଥିଲେ ରୋହିତ ଶର୍ମା ଓ ଶୁଭମାନ ଗିଲ୍। ଶୁଭମାନ ୫୨ ବଲରେ ଗୋଟିଏ ଛକା ଓ ୯ଟି ଚୌକା ମାରି ଆଉଟ୍ ହେବା ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ବିରାଟ କୋହଲି। ହେଲେ କୋହଲି ମଧ୍ୟ କମାଲ ଦେଖାଇ ପାରିଲେ ନାହିଁ। ସେ ୮ଟି ବିଲରେ ଗୋଟିଏ ଚୌକା ସହ ମାତ୍ର ୫ଟି ରନ୍ କରି ଆଉଟ୍ ହୋଇଥିଲେ। ରୋହିତ ୯୦ ବଲରେ ୮ଟି ଛକା ଓ ୧୨ଟି ଚୌକା ମାରିବା ସହ ୧୧୯ ରନ୍ କରି କ୍ୟାଚ ଆଉଟ୍ ହୋଇଛନ୍ତି।