ବଢିଲା ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ଦରମା

ଉପକୃତ ହେବେ ୧୩ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ

ଭୁବନେଶ୍ୱର, ୧୨/୦୨: ରାଜ୍ୟରେ ସମଗ୍ର ଶିକ୍ଷା ଅଭିଯାନ ଅଧିନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସ୍କିମାଟିକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ୧୧,୧୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ୧୩ ହଜାର ୭୪୦ ଶିକ୍ଷକ ଉପକୃତ ହେବେ।