ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୧୬ ଫେବ୍ରୁଆରୀ ୨୦୨୫:

*ବିଶ୍ଵ ପାଙ୍ଗୋଲିନ ଦିବସ: ବେଆଇନ ବନ୍ୟଜନ୍ତୁ କାରବାର ଯୋଗୁଁ ବିଶ୍ୱରେ ସବୁଠାରୁ ଅଧିକ ଚାଲାଣ ହେଉଥିବା ସ୍ତନ୍ୟପାୟୀ ପ୍ରାଣୀ ପାଙ୍ଗୋଲିନର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ରାଜେନ୍ଦ୍ରଲାଲ ମିତ୍ର (୧୬ ଫେବୃଆରୀ ୧୮୨୨ – ୨୭ ଜୁଲାଇ ୧୮୯୧),କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଇଣ୍ଡୋଲୋଜି ବିଶେଷଜ୍ଞ। ସେ ସଂସ୍କୃତ, ଫାର୍ସି, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ଦକ୍ଷ ଥିଲେ। ସେ ୨୫ ବର୍ଷ ଧରି ‘ୱାଡିଆ ଇନଷ୍ଟିଚ୍ୟୁଟ୍’ର ନିର୍ଦ୍ଦେଶକ ଥିଲେ।

୨. ଗୁଲାମ ମହମ୍ମଦ ଶେଖ୍ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ, ଲେଖକ ଏବଂ କଳା ସମାଲୋଚକ। କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୮୩ ମସିହାରେ ସମ୍ମାନଜନକ ‘ପଦ୍ମଶ୍ରୀ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ବରୋଦା କଳା ଜଗତରେ ‘ଶେଖ୍ ସାହେବ’ ନାମରେ ପରିଚିତ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଦାଦାସାହେବ ଫାଲକେ (୩୦ ଏପ୍ରିଲ ୧୮୭୦ – ୧୬ ଫେବୃଆରୀ ୧୯୪୪), ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ-ନିର୍ଦ୍ଦେଶକ ଏବଂ ଚିତ୍ରନାଟ୍ୟ ଲେଖକ ଯିଏ କି ଭାରତୀୟ ସିନେମାର ପିତା ଭାବରେ ପରିଚିତ। ଦାଦାସାହେବ ଫାଲକେଙ୍କ ୧୦୦ତମ ଜୟନ୍ତୀ ଅବସରରେ ୧୯୬୯ ମସିହାରେ ଦାଦାସାହେବ ଫାଲକେ ପୁରସ୍କାର ଆରମ୍ଭ ହୋଇଥିଲା। ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର, ଯାହା ଭାରତ ସରକାରଙ୍କ ଦ୍ୱାରା ଜୀବନବ୍ୟାପୀ ଅବଦାନ ପାଇଁ ପ୍ରଦାନ କରାଯାଏ।

୨. ମେଘନାଦ ସାହା (୬ ଅକ୍ଟୋବର ୧୮୯୩ – ୧୬ ଫେବୃଆରୀ ୧୯୫୬), ଜଣେ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ। ୧୯୨୩ରୁ ୧୯୩୮ ପର୍ଯ୍ୟନ୍ତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ।  ଏହାପରେ ୧୯୫୬ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ସେ କୋଲକାତା ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗର ପ୍ରଫେସର ଓ ଡିନ୍ ରହିଥିଲେ। ୧୯୨୭ ରେ ସେ ରୟାଲ ସୋସାଇଟିର ସଦସ୍ୟ ହୋଇଥିଲେ। ୧୯୩୪ ମସିହାରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୯୧୪ – ପ୍ରଥମ ବିମାନ ଲସ୍ ଆଞ୍ଜେଲସ୍ ଏବଂ ସାନ୍ ଫ୍ରାନ୍ସିସ୍କୋ ମଧ୍ୟରେ ଉଡ଼ାଣ ଭରିଥିଲା।

୧୯୮୨ – ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଗୋଲ୍ଡକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ କଲିକତାରେ ଆୟୋଜନ କରାଯାଇଥିଲା।

୧୯୮୬ – ମାରିଓ ସୋରେସ୍ ପର୍ତ୍ତୁଗାଲର ପ୍ରଥମ ବେସାମରିକ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।

୧୯୮୭ – ଭାରତୀୟ ନୌସେନାରେ ବୁଡ଼ାଜାହାଜରୁ ବୁଡ଼ାଜାହାଜ କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଥିଲା।

୧୯୯୦ – ସାମ୍ ନୁଜୋମା ନାମିବିଆର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

୨୦୦୧ – ଇରାକ ଉପରେ ଆମେରିକା ଓ ବ୍ରିଟିଶ ବିମାନ ଆକ୍ରମଣ।

୨୦୦୮ – ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

୨୦୦୮ – ମଧ୍ୟପ୍ରଦେଶ ସରକାର ପ୍ଲେବ୍ୟାକ୍ ଗାୟକ ନୀତିନ ମୁକେଶଙ୍କୁ ଲତା ମଙ୍ଗେସକର ପୁରସ୍କାର ପ୍ରଦାନ କରିଥିଲେ।

୨୦୦୮ – ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୦୮ ମସିହାରୁ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିଥିଲେ।

୨୦୧୩ – ପାକିସ୍ତାନର ହାଜରା ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୮୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯୦ ଜଣ ଆହତ ହୋଇଥିଲେ।