ପୁରୀରେ ଆଇପିଏଲ ଟ୍ରଫି

ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା

ପୁରୀ, ୧୬/୦୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କ୍ରିକେଟ୍ ମ୍ୟାଚ୍ ପୂର୍ବରୁ ଓଡ଼ିଶାରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ମ୍ୟାଚ ପୂର୍ବରୁ ଆଇପିଏଲ ଟ୍ରଫିକୁ ପୁରୀ ଶ୍ରୀମନ୍ଦିର ନେଇ ପୂଜାର୍ଚ୍ଚନା କରାଯାଇଛି। ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଟ୍ରଫି ଜିତିଥିବା ବେଳେ ଚଳିତ ଆଇପିଏଲ୍ ଟ୍ରଫି ଜିତିବାକୁ ନେଇ ଆଶାବାଦୀ ଅଛନ୍ତି। ସେ ନେଇ ଆଜି ଟିମର ମେମ୍ବର୍ସ ମାନେ ଟ୍ରଫି ଆଣି ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସେବାୟତମାନେ ଟ୍ରଫିକୁ ପୂଜାର୍ଚ୍ଚନା କରିବା ସହ ଟ୍ରଫି ଦେଖିବା ପାଇଁ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା। ମାର୍ଚ୍ଚ ୨୧ରୁ ମେ ୨୫ ପର୍ଯ୍ୟନ୍ତ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବ।