ଭୁବନେଶ୍ୱର, ୧୯/୦୨: ଭୁବନେଶ୍ୱର ସ୍ଥିତ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ)ରେ ଚଢାଉ କରିଛି ସିବିଆଇ। ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଅଭିଯୋଗରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଚଢ଼ାଉ କରିଛି। ଜାଲ କାଗଜପତ୍ରରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆସିବା ପରେ ଏକାଡ଼େମିକ ବ୍ଲକରେ ଚଢ଼ାଉ କରି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ। ଗୋଟିଏ ପରିବାରର ୫ ଜଣ ପୂର୍ବରୁ ଚୁକ୍ତି ଭିତ୍ତିରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। କିନ୍ତୁ ପରେ ଗାଜିଆବାଦ ଓ ଗୋରଖପୁରରୁ ଜାଲ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ତେବେ ଗୋଟିଏ ପରିବାରର ୫ ଜଣଙ୍କୁ ଏକା ବେଳେ କିପରି ସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ସର୍ବଭାରତୀୟ ସ୍ତରରେ ଏମ୍ସ ପାଇଁ ପରୀକ୍ଷା ହେଉଥିବା ବେଳେ ଭୁବନେଶ୍ୱର ଏମ୍ସ ନିଜସ୍ୱ ପରୀକ୍ଷା କରାଇ ନିଯୁକ୍ତି ଦେଇଥିବାର ଅଭିଯୋଗ ହୋଇଛି। ୧ ଜୁଲାଇ ୨୦୨୩ରେ ୭୦୦ ପୋଷ୍ଟରେ ନିଯୁକ୍ତି ଦିଆଯିବାକୁ ନେଇ ଖୋଳତାଡ଼ ଚାଲିଛି। ଏ ନେଇ ୨୭ ଜଣଙ୍କୁ ପଚରାଉଚରା କରାଯାଇଛି।
Prev Post