କେନ୍ଦୁଝର, ୧୯/୦୨: ଭିଜିଲାନ୍ସ ଜାଲରେ କେନ୍ଦୁଝର ଡେପୁଟି କଲେକ୍ଟର ଓଏଏସ ଶରତ କୁମାରୀ ଗିରି। ଭୂଅର୍ଜନ (ସାଧାରଣ) ଉପବିଭାଗ ଡେପୁଟି କଲେକ୍ଟର ଶରତ ଗିରି ଜମିଜମା ସଂକ୍ରାନ୍ତୀୟ ମାମଲାରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ।
କେନ୍ଦୁଝର ବାଇପାସ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ ବେଳେ ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳେ ୫୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସର ୬ ଜଣିଆ ଟିମ୍। ଏହା ପରେ ଶରତଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶରତଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଛି।