ଉତ୍ତରଓଡିଶା ବିକାଶ ପରିଷଦ ଗଠନ ନେଇ ଟାସ୍କଫୋର୍ସର ଚତୁର୍ଥ ବୈଠକ

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୯।୦୨: ରାଜ୍ୟରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ନେଇ ଗଠିତ ଟାସ୍କଫୋର୍ସର ଚତୁର୍ଥ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ତେଲକୋଇ ବିଧାୟକ ଫକୀରମୋହନ ନାୟକ, ବାସୁଦବେପୁର ବିଧାୟକ ଅଶୋକ କୁମାର ଦାସ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ବୈଠକରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ନେଇ ପ୍ରସ୍ତୁତ ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ରିପୋର୍ଟ ଉପରେ ଯଦି କୌଣସି ସଦସ୍ୟଙ୍କର କିଛି ମତାମତ ଦେବାର ଥାଏ ତେବେ ଆସନ୍ତା ୨ ଦିନ ଭିତରେ ତାଙ୍କର ମତ ଜଣାଇବାପାଇଁ କୁହାଯାଇଛି। ସେମାନଙ୍କର ମତାମତ ମିଳିବାପରେ ରିପୋର୍ଟଟିକୁ ପୂର୍ଣ୍ଣାଙ୍ଗ ଭାବେ ପ୍ରସ୍ତୁତ କରାଯାଇ ଆସନ୍ତା ମାସ ୧୦ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ଏବଂ ଏହି ରିପୋର୍ଟଟି କ୍ୟାବିନେଟରେ ଉପସ୍ଥାପନ ହେବ। କ୍ୟାବିନେଟ ମଞ୍ଜୁରପରେ ବିଧିବଦ୍ଧ ଭାବେ ବିଧାନସଭାରେ ପରିଷଦ ଗଠନ ନେଇ ବିଧେୟକ ଅଣାଯିବାକୁ ନିଷ୍ପତ୍ତି ହୋଇଛି।