ଆଜିର ତାରିଖ ୨୦ ଫେବ୍ରୁଆରୀ ୨୦୨୫:
*ବିଶ୍ୱ ସାମାଜିକ ନ୍ୟାୟ ଦିବସ: ୨୦ ଫେବ୍ରୁଆରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ (ସାମାଜିକ ନ୍ୟାୟ ସମାନତା ଦିବସ) ଭାବରେ ମଧ୍ୟ ପାଳନ କରାଯାଏ। ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତାକୁ ସ୍ୱୀକାର କରୁଥିବା ଏହା ଏକ ଅନ୍ତର୍ଜାତୀୟ ଦିବସ, ଯେଉଁଥିରେ ଦାରିଦ୍ର୍ୟ, ବହିଷ୍କାର, ଲିଙ୍ଗଗତ ସମାନତା, ବେକାରୀ, ମାନବିକ ଅଧିକାର ଏବଂ ସାମାଜିକ ସୁରକ୍ଷା ଭଳି ସମସ୍ୟାର ମୁକାବିଲା ପାଇଁ ପ୍ରୟାସ ଅନ୍ତର୍ଭୁକ୍ତ। ୨୦୦୭ରୁ ଜାତିସଂଘ ଦ୍ୱାରା ଅନୁମୋଦିତ ଏହି ଦିବସ ୨୦୦୯ରୁ ପାଳନ ହୋଇଆସୁଛି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-
୧. ରାମକୃଷ୍ଣ ରଙ୍ଗା ରାଓ (୨୦ ଫେବ୍ରୁଆରୀ ୧୯୦୧ – ୧୦ ମାର୍ଚ୍ଚ ୧୯୭୮), ଭାରତୀୟ ରାଜନୀତିଜ୍ଞ। ୧୯୩୨ରୁ ୧୯୩୭ ପର୍ଯ୍ୟନ୍ତ ସେ ମାଡ୍ରାସ ପ୍ରେସିଡେନ୍ସିର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୪୬ରୁ ୧୯୫୧ ପର୍ଯ୍ୟନ୍ତ ସେ ଭାରତର ସମ୍ବିଧାନ ପ୍ରଣୟନ କରିଥିବା ସମ୍ବିଧାନ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ବୋବିଲି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରପ୍ରଦେଶ ବିଧାନସଭାର ସଦସ୍ୟ ରହିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ନିହାର ରଂଜନ ଗୁପ୍ତା (୬ ଜୁନ ୧୯୧୧ – ୨୦ ଫେବ୍ରୁଆରୀ ୧୯୮୬) ଜଣେ ଲୋକପ୍ରିୟ ବଙ୍ଗଳା ଔପନ୍ୟାସିକ ଥିଲେ। ତାଙ୍କ ଦ୍ୱାରା ରଚିତ କିଛି ଲେଖାରେ ଚଳଚ୍ଚିତ୍ର ବନିଥିଲା।
୨. ପାର୍ବତୀ କ୍ରିଷ୍ଣନ (୧୫ ମାର୍ଚ୍ଚ ୧୯୧୯ – ୨୦ ଫେବ୍ରୁଆରୀ ୨୦୧୪) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ରାଜନୀତିଜ୍ଞ ଥିଲେ। ସେ କୋଏମ୍ବାଟୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ତିନି ଥର ସାଂସଦ ଏବଂ ରାଜ୍ୟସଭା ସଦସ୍ୟ ଥିଲେ।
୩. ଗୋବିନ୍ଦ ପାନସାରେ (୨୪ ନଭେମ୍ବର ୧୯୩୩ – ୨୦ ଫେବ୍ରୁଆରୀ ୨୦୧୫), ଜଣେ ବାମପନ୍ଥୀ ଭାରତୀୟ ରାଜନେତା। ସେ ଏକ ଅନୁଷ୍ଠାନ ଚଳାଉଥିଲେ ଯାହା ଆନ୍ତଃଜାତି ବିବାହକୁ ପ୍ରୋତ୍ସାହିତ କରୁଥିଲା। ସେ ହିନ୍ଦୁ ରୀତିନୀତି ଯଜ୍ଞକୁ ବିରୋଧ କରୁଥିଲେ। ନାଥୁରାମ ଗଡସେଙ୍କ ମହିମାକୁ ମଧ୍ୟ ସେ ସମାଲୋଚନା କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୫୪୭- ଏଡୱାର୍ଡ ଷଷ୍ଠ ତାଙ୍କ ପିତା ଅଷ୍ଟମ ହେନରୀଙ୍କ ମୃତ୍ୟୁ ପରେ ଇଂଲଣ୍ଡର ରାଜା ଭାବରେ ମୁକୁଟ ପିନ୍ଧିଥିଲେ।
୧୮୭୨- ମସିହାରେ ନ୍ୟୁୟର୍କ ସହରର ପ୍ରସିଦ୍ଧ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।
୧୯୩୫- କ୍ୟାରୋଲିନ ମିକେଲସେନ ଆଣ୍ଟାର୍କଟିକାରେ ପାଦ ରଖିବାରେ ପ୍ରଥମ ମହିଳା ହୋଇଥିଲେ।
୧୯୪୭- ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଭାରତର ଶେଷ ଭାଇସରୟ ଭାବରେ ନିଯୁକ୍ତ କରାଯାଇଥିଲା ଯିଏ ବ୍ରିଟିଶ ଇଣ୍ଡିଆକୁ ଭାରତ ଏବଂ ପାକିସ୍ତାନରେ ବିଭାଜନ କରିଥିଲେ। ସେହି ଦିନ ବ୍ରିଟିଶ ସରକାର ୧୯୪୮ ଜୁନ୍ ସୁଦ୍ଧା ବ୍ରିଟିଶ ଇଣ୍ଡିଆର କ୍ଷମତା ଭାରତୀୟ ହାତକୁ ହସ୍ତାନ୍ତର କରିବାକୁ ଘୋଷଣା କରିଥିଲେ।
୧୯୬୨- ମହାକାଶଚାରୀ ଜନ୍ ଏଚ୍ ଗ୍ଲେନ୍ ମହାକାଶଯାନ ଫ୍ରେଣ୍ଡସିପ୍-୭ରେ ମର୍କ୍ୟୁରୀ-ଆଟଲାସ୍-୬ ଅଭିଯାନ ସମୟରେ ପୃଥିବୀ ପରିକ୍ରମା କରିବାରେ ପ୍ରଥମ ଆମେରିକୀୟ ହୋଇଥିଲେ।
୧୯୮୭- ଅରୁଣାଚଳ ପ୍ରଦେଶ ଓ ମିଜୋରାମ ଭାରତର ଦୁଇଟି ରାଜ୍ୟ ଭାବେ ହୋଇଥିଲା।
୧୯୯୯- ଭାରତର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦୁଇ ଦିନିଆ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବା ପାଇଁ ବସ ଯୋଗେ ପାକିସ୍ତାନ ଯାଇଥିଲେ।
୨୦୧୩- ସବୁଠାରୁ କ୍ଷୁଦ୍ର ଏକ୍ସୋପ୍ଲାନେଟ କେପଲର-୩୭ବି ଆବିଷ୍କୃତ ହୋଇଥିଲା।
୨୦୧୪- ଭାରତର ସଂସଦରେ ଆନ୍ଧ୍ରପ୍ରଦେଶର ବିଭାଜନ ସହ ତେଲେଙ୍ଗାନା ଏକ ୨୯ତମ ରାଜ୍ୟ ଗଠନ ଯୋଜନାକୁ ଅନୁମୋଦନ ହୋଇଥିଲା।