ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୨୧ ଫେବ୍ରୁଆରୀ ୨୦୨୫:

*ଅନ୍ତର୍ଜାତୀୟ ମାତୃଭାଷା ଦିବସ: ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ଭାଷାଗତ ଓ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା। ଏହା ବାଂଲାଦେଶରେ ୧୯୫୨ ମସିହାରେ ହୋଇଥିବା ବଙ୍ଗଳା ଭାଷା ଆନ୍ଦୋଳନକୁ ମନେ ପକାଇଥାଏ, ଯେଉଁଠାରେ ନିଜ ମାତୃଭାଷା ବଙ୍ଗଳାର ମାନ୍ୟତା ପାଇଁ ଓକିଲାତି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଢାକାରେ ପୋଲିସମାନଙ୍କ ଦ୍ୱାରା ହତ୍ୟା କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିବସ:-

୧. ମିରା ଆଲଫାସା (୨୧ ଫେବ୍ରୁଆରୀ ୧୮୭୮ – ୧୭ ନଭେମ୍ବର ୧୯୭୩) ପ୍ୟାରିସରେ ଏକ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଆଧ୍ୟାତ୍ମିକ ଗୁରୁ ଥିଲେ। ସେ ‘ମଦର’ ନାମରେ ମଧ୍ୟ ପରିଚିତ ଥିଲେ। ଶ୍ରୀ ଅରବିନ୍ଦ ଆଶ୍ରମର ପ୍ରତିଷ୍ଠାରେ ତାଙ୍କର ସହଯୋଗ କରିଥିଲେ।

୨. ଶାନ୍ତି ସ୍ୱରୂପ ଭଟ୍ଟନାଗର (୨୧ ଫେବ୍ରୁଆରୀ ୧୮୯୪ – ୧ ଜାନୁଆରୀ ୧୯୫୫) ଜଣେ ଭାରତୀୟ ବୈଜ୍ଞାନିକ, ଶିକ୍ଷାବିତ୍ ଥିଲେ। ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ପ୍ରଥମ ଅଧ୍ୟକ୍ଷ ଏବଂ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସ୍ଆଇଆର)ର ପ୍ରଥମ ମହାନିର୍ଦ୍ଦେଶକ ଥିଲେ। ସେ ଭାରତରେ “ଗବେଷଣାଗାରର ଜନକ” ଭାବରେ ପରିଚିତ। ୧୯୫୮ ମସିହାରେ ତାଙ୍କୁ ସମ୍ମାନ ଜଣାଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଅବଦାନ ଥିବା ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରତିଷ୍ଠା କରିଥିଲା।

୩. ସୂର୍ଯ୍ୟକାନ୍ତ ତ୍ରିପାଠୀ (୨୧ ଫେବ୍ରୁଆରୀ ୧୮୯୬ – ୧୫ ଅକ୍ଟୋବର ୧୯୬୧) ଜଣେ ଭାରତୀୟ କବି, ଔପନ୍ୟାସିକ ଓ ଥିଲେ। ସମାଜରେ ହେଉଥିବା ଅନ୍ୟାୟ ଓ ଶୋଷଣରେ ସମ୍ମୁଖୀନ ହେଉଥିବା ବିଷୟରେ ସେ ତାଙ୍କ ଲେଖନୀରେ ପ୍ରକାଶ କରୁଥିଲେ।

୪. ଗୁଲାବ ଖଣ୍ଡେଲୱାଲ (୨୧ ଫେବ୍ରୁଆରୀ ୧୯୨୪ – ୨ ଜୁଲାଇ ୨୦୧୭) ରାଜସ୍ଥାନର ନାୱଲଗଡ଼ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ କବି। ସେ ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀରେ କବିତା ଲେଖିଛନ୍ତି। ସେ ଅଖିଳ ଭାରତୀୟ ହିନ୍ଦୀ ସାହିତ୍ୟ ସମ୍ମିଳନୀ ପ୍ରୟାଗରେ ୧୮ ବର୍ଷ ଧରି ସଭାପତି ଥିଲେ। ସେ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀ ପରିଷଦର ସଭାପତି ମଧ୍ୟ ଥିଲେ। ତାଙ୍କୁ ୧୩ ଜୁଲାଇ ୧୯୮୫ରେ ବାଲ୍ଟିମୋର ସିଟି (ଯୁକ୍ତରାଷ୍ଟ୍ର ଆମେରିକା)ର ନାଗରିକତା ପ୍ରଦାନ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. କିଟୁର ଚେନ୍ନାମ୍ମା (୨୩ ଅକ୍ଟୋବର ୧୭୭୮ – ୨୧ ଫେବ୍ରୁଆରୀ ୧୮୨୯) କର୍ଣ୍ଣାଟକର ଏକ ଦେଶୀୟ ରାଜ୍ୟ କିଟୁରର ରାଣୀ ଥିଲେ। ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରୁଥିବା ମହିଳା ଶାସକମାନଙ୍କ ମଧ୍ୟରୁ ସେ କର୍ଣ୍ଣାଟକରେ ଜଣେ ମହାନ ମହିଳା ଶାସକ ଥିଲେ।

୨. ନୂତନ ସମର୍ଥ (୪ ଜୁନ ୧୯୩୬ – ୨୧ ଫେବ୍ରୁଆରୀ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଥିଲେ। ସେ ୭୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୭୪ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୮୦୪ – ୱେଲ୍ସରେ ବିଶ୍ୱର ପ୍ରଥମ ରେଳ ଯାତ୍ରା ଆରମ୍ଭ ହୋଇଥିଲା।

୧୮୪୮ କାର୍ଲ ମାର୍କସ ଓ ଫ୍ରେଡରିକ୍ ଏଙ୍ଗେଲ୍ସ “କମ୍ୟୁନିଷ୍ଟ ଇସ୍ତାହାର” ପ୍ରକାଶ କରିଥିଲେ। ଏହା ଜର୍ମାନ ଭାଷାରୁ ୧୦୦ରୁ ଉର୍ଦ୍ଧ୍ବ ଭାଷାରେ ଅନୁବାଦ ହୋଇଥିଲା।

୧୯୭୨ – ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ଚୀନ ଗସ୍ତରେ ଯାଇଥିଲେ। ଦୁଇ ଦେଶର ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ପାଇଁ ନିକ୍ସନ ଚୀନ ଯାଇଥିଲେ।

୧୯୮୧ – ଆମେରିକାର ମହାକାଶ ସଂସ୍ଥା ନାସା କମଷ୍ଟାର ଡି-୪ ଉତକ୍ଷେପଣ କରିଥିଲା।

୧୯୯୯ – ଭାରତର ଅଟଳ ବିହାରୀ ବାଜପେୟୀ ଏବଂ ପାକିସ୍ତାନର ନୱାଜ ସରିଫଙ୍କ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ‘ଲାହୋର ଘୋଷଣାନାମା’ ସରକାରୀ ଚୁକ୍ତି ହୋଇଥିଲା।