ନୂଆପଡ଼ା, ୨୨/୦୨: ସରକାରୀ ନିୟମ ଉଲଙ୍ଘନ ଓ ଅର୍ଥ ହେରଫେର ମାମଲା ଯୋଗୁଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ତାଙ୍କୁ ନୂଆପଡା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେଟ ମଧୁସୂଦନ ଦାଶଙ୍କ ପତ୍ର ସଂଖ୍ୟା ୬୯ ଓ ତାରିଖ-୧୩.୦୧.୨୦୨୫ ଅନୁସାରେ କୁରେଶ୍ଵର ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବରୁଣ ଦାଶଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ କୁରେଶ୍ଵର ଗ୍ରାମପଞ୍ଚାୟତରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ପାଣ୍ଠି ଯୋଜନାରେ ଦୁର୍ନୀତି ଅଭିଯୋଗର ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗେଶ୍ୱର ଭୋଇଙ୍କ ତଦନ୍ତ ଆଧାରରେ ବରୁଣ ଦାଶଙ୍କୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅନୁରୂପ ଭାବେ ସମ୍ପୃକ୍ତ ସରପଞ୍ଚଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କ ଗ୍ରାମପଞ୍ଚାୟତିରାଜ ବିଭାଗକୁ ସୁପାରିଶ କରିଥିଲେ। କାଲି ଭିଜିଲାନ୍ସ କୋରାପୁଟ ଦ୍ୱାରା ପି ଏସ କେସ ନଂ -୪ ତାରିଖ -୨୧.୦୨.୨୦୨୫ U/s 13(2)r/w 13 (1)(a)PC ଆମେଣ୍ଡମେଣ୍ଟ ଆକ୍ଟ 2018/316(5)/61 BNS ରେଜିଷ୍ଟର୍ଡ଼ ଦ୍ୱାରା ସତ୍ୟବ୍ରତ ବରାଳ ପିଇଓ ଘୁଚାଗୁଡା ଗ୍ରାମପଞ୍ଚାୟତ ବ୍ଲକ ସିନାପାଲି ଜିଲ୍ଲା ନୂଆପଡା ଓ ଉତ୍ତମ ବରାଳ କୁରେଶ୍ଵର ଉଦ୍ୟାନବନ୍ଧକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ସରକାରୀ ଅର୍ଥ ୭,୨୦,୯୮୧ ଟଙ୍କାକୁ ବିନା କାର୍ଯ୍ୟ ଦେଖାଇ ଆତ୍ମସାତ କରିଥିଲେ। ଯାହାକି ଗ୍ରାମ ପଂଚାୟତର ଉନ୍ନତିମୂଳକ କାର୍ଯ୍ୟ ଯଥା ହାଇମାସ୍କ ଲାଇଟ, ଷ୍ଟ୍ରୀଟ ଲାଇଟ ମରାମତି ଓ ନିର୍ମାଣ, ପାର୍କ ପରିସରରେରେ ଜିମ ସାମଗ୍ରୀ କ୍ରୟ ୨୦୨୪-୨୫ ପାଇଁ ଆସିଥିଲା। ତାହା କାର୍ଯ୍ୟ ନ କରି ଅର୍ଥ ଉଠାଣ ଅଭିଯୋଗ ହୋଇଥିଲା। ପ୍ରଶାସନ ତରଫରୁ ଯାଞ୍ଚ ବେଳେ ସତ୍ୟତା ପଦାକୁ ଆସିଲା। ୪ ଲକ୍ଷ ୨୦ ହଜାର ଟଙ୍କା ବରାଳ ଭାତୃଦ୍ବୟ ନାମରେ ଓ ୩ ଲକ୍ଷ ୯ ଶହ ୮୧ଟଙ୍କା ପିଇଓ ବରୁଣ ଦାଶଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିବା ପ୍ରମାଣ ମିଳିଲା। ତେଣୁ କରି ଭିଜିଲାନ୍ସ କୋରାପୁଟ ଦ୍ୱାରା ଦୁଇ ବରାଳ ଭାତୃଦ୍ବୟକୁ ଗିରଫ କରାଯାଇଛି।
Prev Post