କିଟ୍ ଜମି ଉପରେ ବୁଲିବ ବୁଲଡୋଜର

ଉଚ୍ଛେଦ ହେବ‌ ଜବରଦଖଲ ଜମି

ଭୁବନେଶ୍ୱର, ୨୨/୦୨: କିଟ୍ ୟୁନିଭର୍ସିଟିରେ ଜଣେ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟ୍ ଓ କିସ ଶିକ୍ଷାନୁଷ୍ଠାନ ବାବଦରେ ଖୋଳତାଡ଼ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କିଟ୍ ଓ କିସ୍ ଶିକ୍ଷାନୁଷ୍ଠାନ ଗଢି ଉଠିଥିବା ସ୍ଥାନରେ ଚଢ଼ାଉ କରିବ ରାଜସ୍ୱ ବିଭାଗ। ଜମି ଜବରଦଖଲ ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ସବୁ ସ୍ଥାନରେ ଜବରଦଖଲ ଅଛି, ଜବରଦଖଲ ମୁକ୍ତ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ପାଇଁ ଯୋଜନା ହେଉଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ହେଉ କିମ୍ବା ବେଆଇନ ଭାବେ ହେଉ ଯେଉଁ ଜଙ୍ଗଲ ଜମିକୁ ଅକ୍ତିଆର କରାଯାଇଛି, ସେ ସବୁକୁ ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ।