ପୂର୍ବତନ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ପିକେ ମିଶ୍ରଙ୍କ ସହ ଦାୟିତ୍ୱ ତୁଲାଇବାକୁ ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ
ନୂଆଦିଲ୍ଲୀ, ୨୨/୦୨: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଚୟନକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିବା ସହ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଶନିବାର ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପିକେ ମିଶ୍ର ୨୦୧୯ ସେପ୍ଟେମ୍ବର ୧୧ରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଏବେ ଟିକେ ମିଶ୍ରଙ୍କ ସହ ମିଶି ଦାୟିତ୍ୱ ତୁଲାଇବେ ଶକ୍ତିକାନ୍ତ ଦାସ।
ସେହିପରି ଥିଙ୍କଟ୍ୟାଙ୍କ ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳ ମଧ୍ୟ ୨୦୨୫ ଫେବ୍ରୁଆରି ୨୪ରୁ ଏକ ବର୍ଷ ବୃଦ୍ଧି କରାଯାଇଛି। ୧୯୮୭ ବ୍ୟାଚର ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବିଭିଆର ସୁବ୍ରମଣ୍ୟମଙ୍କୁ ୨୦୨୩ ଫେବ୍ରୁଆରିରେ ଦୁଇ ବର୍ଷ ପାଇଁ ନୀତି ଆୟୋଗ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା।