ଦର୍ଶନ ଆଇନାରେ ଇତିହାସର ପୃଷ୍ଠା

ନଜର ପକାନ୍ତୁ ଆଜି ଓ ଅତୀତର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ

ଆଜିର ତାରିଖ ୨୩ ଫେବ୍ରୁଆରୀ ୨୦୨୫:

*ବିଶ୍ୱ ବୁଝାମଣା ଏବଂ ଶାନ୍ତି ଦିବସ: ରୋଟାରୀ ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରତିଷ୍ଠିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଲୋକ ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବା । ୧୯୦୫ ମସିହାରେ ରୋଟାରୀ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠା ଦିବସ ସ୍ମୃତିରେ ଏହି ଦିବସ ପାଳନ କରାଯାଏ‌।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କାଳୀପ୍ରସନ୍ନ ସିହ୍ନା (୨୩ ଫେବ୍ରୁଆରୀ ୧୮୪୧ – ୨୪ ଜୁଲାଇ ୧୮୭୦), ଜଣେ ବଙ୍ଗୀୟ ଲେଖକ ଏବଂ ସମାଜସେବୀ। ସୈ ହିନ୍ଦୁ ମହାକାବ୍ୟ ମହାଭାରତ ବଙ୍ଗଳାରେ ଅନୁବାଦ କରିଥିଲେ। ସେ ଜଣେ ସମାଜସେବୀ ଭାବରେ ମଧ୍ୟ ଜଣାଶୁଣା ଥିଲେ।

୨. ଗାଡ଼ଗେ ମହାରାଜ (୨୩ ଫେବୃଆରୀ ୧୮୭୬ – ୨୦ ଡିସେମ୍ବର ୧୯୫୬) ଜଣେ ସନ୍ଥ ଓ ସମାଜ ସଂସ୍କାରକ ଥିଲେ। ସେ ପରିମଳ ସମ୍ବନ୍ଧୀୟ ସଂସ୍କାର ଆରମ୍ଭ କରିଥିଲେ। ଧାର୍ମିକ ରୀତିନୀତି ଅନୁଯାୟୀ ପଶୁ ବଳି ବନ୍ଦ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିବା ସହ ମଦ୍ୟପାନରେ ଲିପ୍ତ ରହିବାକୁ ବାରଣ କରୁଥିଲେ।

୩. ହେମ ସିଂହ ପୃଥି (୨୩ ଫେବ୍ରୁଆରୀ ୧୮୯୭ – ୨୩ ଡିସେମ୍ବର ୧୯୬୯) ଜଣେ ଭାରତୀୟ କୀଟବିଜ୍ଞାନୀ ଥିଲେ ଯିଏ ଇମ୍ପେରିଆଲ କୀଟବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ। ଭାରତୀୟ ଝିଟିପିଟିର ଏକ ପ୍ରଜାତି ଲାଇଗୋସୋମା ପ୍ରୁଥି ତାଙ୍କ ନାମରେ ନାମିତ ହୋଇଛି।

୪. ମଧୁବାଲା (୧୪ ଫେବ୍ରୁଆରୀ ୧୯୩୩ – ୨୩ ଫେବ୍ରୁଆରୀ ୧୯୬୯) ଜଣେ ଭାରତୀୟ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ଲେବ୍ୟାକ୍ ଗାୟିକା ଥିଲେ ଯିଏ କି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ। ତାଙ୍କ ପିଲାଦିନର ନାମ ଥିଲା ମୁମତାଜ ଜେହାନ ବେଗମ ଦେହଲବୀ। ୧୯୫୦ ଦଶକରେ ସେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଦୁଇ ଦଶନ୍ଧିର କ୍ୟାରିୟରରେ ସେ ୭୩ଟି ଫିଲ୍ମରେ କାମ କରିଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରମଣ ଲାମ୍ବା (୨ ଜାନୁଆରୀ ୧୯୬୦ – ୨୩ ଫେବ୍ରୁଆରୀ ୧୯୯୮), ଜଣେ ଭାରତୀୟ କ୍ରିକେଟର। ମୁଖ୍ୟତଃ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ସେ ୪ଟି ଟେଷ୍ଟ ଓ ୩୨ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ବାଂଲାଦେଶର ଲିଗ୍ କ୍ରିକେଟ୍ ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ହାଡ଼ରେ କ୍ରିକେଟ୍ ବଲ୍ ଦ୍ୱାରା ଆଘାତ ଲାଗିବା ପରେ ବହୁ ଦିନର ଯନ୍ତ୍ରଣା ସହି ତାଙ୍କର ମୃତ୍ୟୁ ହୋଇଥିଲା।

୨. ସିକନ୍ଦର ବଖତ (୨୪ ଅଗଷ୍ଟ ୧୯୧୮ – ୨୩ ଫେବ୍ରୁଆରୀ ୨୦୦୪) ଆଇଏନସିର ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ପରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ। ସେ ବିଜେପିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।‌ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ୨୦୦୦ ମସିହାରେ ତାଙ୍କୁ ଭାରତ ସରକାରଙ୍କ ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ରେ ସମ୍ମାନିତ କରାଯାଇଥିଲା।

୩. ଲୋତିକା ସରକାର (୪ ଜାନୁଆରୀ ୧୯୨୩ – ୨୩ ଫେବ୍ରୁଆରୀ ୨୦୧୩) ଜଣେ ପ୍ରଖ୍ୟାତ ଭାରତୀୟ ନାରୀବାଦୀ, ସମାଜସେବୀ, ଶିକ୍ଷୟିତ୍ରୀ ଓ ଆଇନଜୀବୀ ଥିଲେ।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-

୧୮୮୬ – ଚାର୍ଲସ ମାର୍ଟିନ ହଲଙ୍କ ଦ୍ୱାରା ଆଲୁମିନିୟମ ଆବିଷ୍କାର ହୋଇଥିଲା।

୧୯୦୫ – ଚିକାଗୋରେ ବିଶ୍ୱର ପ୍ରଥମ ସର୍ଭିସ କ୍ଲବ ରୋଟାରୀ କ୍ଲବ ପଲ୍ ପି ହାରିସ୍ ଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।

୧୯୪୫ – ଫିଲିପାଇନ୍ସର ରାଜଧାନୀ ମନିଲାକୁ ମିଳିତ ଫିଲିପାଇନ୍ସ ଏବଂ ଆମେରିକୀୟ ସେନା ଦ୍ୱାରା ମୁକ୍ତ କରାଯାଇଥିଲା।

୧୯୪୭- ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ଷ୍ଟାଣ୍ଡାର୍ଡିଜେସନ୍ (ଆଇଏସଓ) ପ୍ରତିଷ୍ଠା ହୋଇଥିଲା। ଏହି ସଂସ୍ଥା ବିଶ୍ୱବ୍ୟାପୀ ମାଲିକାନା, ଶିଳ୍ପ ଏବଂ ବାଣିଜ୍ୟିକ ମାନଦଣ୍ଡକୁ ପ୍ରୋତ୍ସାହିତ କରେ। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ରହିଛି ଏବଂ ଏହା ୧୬୫ଟି ଦେଶରେ କାର୍ଯ୍ୟ କରୁଛି।