ମହାକୁମ୍ଭରେ ବୁଡ ପକାଇଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ
ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ସମୃଦ୍ଧ ପରମ୍ପରାର ଜୀବନ୍ତ ପ୍ରଣାମ ମହାକୁମ୍ଭ
‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ପ୍ରଦାନ କରୁଛି ଦିବ୍ୟ ମହୋତ୍ସବ ‘ମହାକୁମ୍ଭ’
ଭୁବନେଶ୍ବର, ୨୫।୦୨: ମହାକୁମ୍ଭରେ ବୁଡପକାଇଲେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର। ବୁଡ ପକାଇବା ପରେ ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ “ମହାକୁମ୍ଭ, ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମର ସମୃଦ୍ଧ ପରମ୍ପରାର ଜୀବନ୍ତ ପ୍ରଣାମ। ଏହା କେବଳ ଯେ ଆତ୍ମାର ଶୁଦ୍ଧତା ପାଇଁ ଏକ ପଥ ତାହା ନୁହେଁ, ବରଂ ବିଭିନ୍ନ ପୃଷ୍ଠଭୂମିରୁ ଲୋକଙ୍କୁ ଏକତ୍ରିତ କରି ‘ବସୁଧୈବ କୁଟୁମ୍ବକମ’ର ଅନନ୍ୟ ବାର୍ତ୍ତା ପ୍ରଦାନ କରୁଥିବା ଏକ ଦିବ୍ୟ ଭବ୍ୟ ମହୋତ୍ସବ ଅଟେ।
ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତା ନଗରୀ ପ୍ରୟାଗରାଜରେ ଗଙ୍ଗା ମାତା, ଯମୁନା ମାତା ଏବଂ ସରସ୍ୱତୀ ମାତାଙ୍କ ଦିବ୍ୟ ଧାରାର ସଙ୍ଗମ (ତ୍ରିବେଣୀ ସଙ୍ଗମ)ରେ ବୁଡ଼ ପକାଇବା ମୋ ପାଇଁ ପରମ ସୌଭାଗ୍ୟ। ‘ଏକତାର ମହାକୁମ୍ଭ’ରେ ଅମୃତ ସ୍ନାନ କରିବା ମୋ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ମଧ୍ୟ। ମା’ ଗଙ୍ଗା ସମସ୍ତଙ୍କର କଲ୍ୟାଣ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।