କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୭୩ତମ ପୁଣ୍ୟତିଥିରେ ସ୍ମୃତିସଭା ପାଳିତ

ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର, ୨୫/୦୨: କଟକ ସହରରେ ଅବସ୍ଥିତ ଐତିହାସିକ ପୀଠ ସ୍ବରାଜ ଆଶ୍ରମଠାରେ ଉଭୟ ସରଳା ଦେବୀ – ଭାଗିରଥି ମହାପାତ୍ର ଟ୍ରଷ୍ଟ ଏବଂ ଜାଗୃତ ଓଡ଼ିଶା ସାହିତ୍ୟ ସଂସଦ ଙ୍କ ମିଳିତ ଆନୁକୁଲ୍ୟରେ ବିଶିଷ୍ଟ କବି ତଥା ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୭୩ତମ ପୁଣ୍ୟତିଥି ଅବସରରେ ଆଜି ସନ୍ଧ୍ୟାରେ ଏକ ସ୍ମୃତିସଭା ଆଇନଜୀବୀ ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜନ କରାଯାଇଥିଲା। ଏହି ସ୍ମୃତିସଭାକୁ ବିଶିଷ୍ଟ ଶିକ୍ଷାବିତ, ଐତିହାସିକ ତଥା ଗବେଷକ ପ୍ରଫେସର (ଡ଼.) ନିହାର ରଞ୍ଜନ ପଟ୍ଟନାୟକ ଉଦଘାଟନ କରି ଗୀତିକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନ ଆଦର୍ଶ ଉପରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ତଥା ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ତାଙ୍କ ଅଭିଭାଷଣରେ କାଳଜୟୀ ପୁରୁଷ କାନ୍ତକବିଙ୍କ ସମ୍ବନ୍ଧରେ ଅନେକ ପ୍ରେରଣାଦାୟକ ତଥ୍ୟ ସବୁ ଉପସ୍ଥାପନା କରିଥିଲେ। ଏହି ସ୍ମୃତିସଭାର ଅନ୍ୟତମ ମୁଖ୍ୟବକ୍ତା ପ୍ରଦୀପ କୁମାର ସାହୁ,  କଟକ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ଆଇନଜୀବୀ ମନ୍ମୟ କୁମାର ଦାସ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ମାଧ୍ୟମରେ କାନ୍ତକବିଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଗୀତିକାର, ସଙ୍ଗୀତ ନିର୍ଦ୍ଧେଶକ ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଧେଶ୍ୟରେ ମାନପତ୍ର ପଠନ କରିଥିଲେ ବିଶ୍ଵମିତ୍ରା ମିଶ୍ର। ପ୍ରାରମ୍ଭରେ ଆଇନଜୀବୀ ଅସିତ କୁମାର ଜେନା ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ଜାଗୃତ ଓଡ଼ିଶା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଦସ୍ୟ ଆଇନଜୀବୀ ଜଗନ୍ନାଥ ମହାନ୍ତି ସମ୍ୟକ ବିବରଣୀ ପ୍ରକାଶ କରିଥିଲେ। ଶେଷରେ ସରଳା ଦେବୀ – ଭାଗିରଥି ମହାପାତ୍ର ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ମୃତି ସଂସଦ ସଭାପତି କିରଣବାଳା ମହାନ୍ତି, ଜ୍ୟୋତ୍ସ୍ନା ରାୟମହାପାତ୍ର, ବିଜୟଲକ୍ଷ୍ମୀ ନାୟକ ଏବଂ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ବିଶ୍ଵଜିତ ପାଣି, ସୁସ୍ମିତା ପଟ୍ଟନାୟକ, ସି କସ୍ତୁରୀ, ଗୀତାଞ୍ଜଳି ବେଉରା, ସସ୍ମିତା ପଟ୍ଟନାୟକ, ଦେବୀ ପ୍ରସନ୍ନ ମହାପାତ୍ର, ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀକାନ୍ତ ବେଜ, ଶିଳ୍ପା ପାତ୍ର, ଦେବୀ ପ୍ରସାଦ ସେଠୀ, ଜଗନ୍ନାଥ ମହାନ୍ତି, ଆଶୁତୋଷ ହୋତା, ଉମ୍ମେ ରୁମାନ, ସନ୍ଧ୍ୟା ଦାସ ଓ ବ୍ରଜସୁନ୍ଦର ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।