ଖୋର୍ଦ୍ଧା, ୨୭/୦୨: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କୁମାରବସ୍ତ ଅଞ୍ଚଳର ମଙ୍ଗରାଜ ସାହିରେ ବିସ୍ଫୋରଣ ଘଟି ୩ ଜଣ ଗୁରୁତର ହୋଇଛନ୍ତି। ଉକ୍ତ ଅଞ୍ଚଳର ତାପସ ମଙ୍ଗରାଜଙ୍କ ଘରେ ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଛି। ଏଥିରେ ୨ ଜଣ ଗୁରୁତରଙ୍କୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ତାପସ ମଙ୍ଗରାଜଙ୍କ ଘରେ ବାଣ ଥିବା ବେଳେ ଘରର କିଛି ଛୋଟ ପିଲା ବାଣରେ ଖେଳୁଥିବା ଅବସ୍ଥାରେ ଏହା ବିସ୍ଫୋରଣ ହୋଇଥିଲା। ତେବେ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।