ଭୁବନେଶ୍ୱର, ୦୮/୦୩: ବହୁ ଦିନ ଧରି ଚର୍ଚ୍ଚା ହେଉଥିବା ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି। ଦୁହିଁଙ୍କର ନିର୍ବନ୍ଧ ସରିଛି। ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ନିଜେ ଜାଗୃତି ଶୁକ୍ଳା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ପରିବାର ବର୍ଗ ଓ ବନ୍ଧୁଙ୍କ ଗହଣରେ ନିର୍ବନ୍ଧ ଶେଷ ହୋଇଛି। ଓଡ଼ିଶା ବାହାରେ ନିର୍ବନ୍ଧ ସରିଥିବା କୁହାଯାଉଛି। ଆସନ୍ତା ୧୧ ତାରିଖରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ୨୦୧୪ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ ଅନୁଭବ। ହେଲେ, ଏହା ବେଶୀ ଦିନ ତିଷ୍ଠି ପାରିନଥିଲା। ୨୦୨୩ ରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ଏହା ପରେ ଅନୁଭବ ଓ ଜାଗୃତିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ନିକଟରେ ଅନୁଭବଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ଲେଖି ଉନ୍ମୋଚନ କରିଥିଲେ ଜାଗୃତି।