ଡାଏରୀ ଖୋଲିବ କି ଡେଥ୍ ମିଷ୍ଟ୍ରି ? ପୋଲିସ ହାତରେ ଲାଗିଲା ଶ୍ବେତାଙ୍କ ଡାଏରୀ

ଭୁବନେଶ୍ବର : ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା କୁମାରୀ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ । ପୋଲିସର ହସ୍ତଗତ ହେଲା ଶ୍ବେତାଙ୍କ ଡାଏରୀ । ଡାଏରୀରେ ଶ୍ବେତା ଓ ସୌମ୍ୟଜିତଙ୍କ ସମ୍ପର୍କକୁ ନେଇ ଲେଖା ହୋଇଛି । ଦୁହିଁଙ୍କ ମଧ୍ୟରେ ଝଗଡା ଚାଲିଥିବା ବେଳେ ଶ୍ବେତା ଏହା ଲେଖିଥିବା ଜଣାପଡିଛି । ସୌମ୍ୟଜିତ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି । ସୌମ୍ୟଜିତ ବହୁତ ନମ୍ର । ସେ ମୋତେ ଓ ମୋ ପରିବାରକୁ ସମ୍ମାନ ଦେବେ । ଭଗବାନ ଆମ ଦୁହିଁଙ୍କ ସମ୍ପର୍କଙ୍କୁ ବଞ୍ଚାଇ ରଖନ୍ତୁ ଏବଂ ଆଶୀର୍ବାଦ କରନ୍ତୁ । ପୂର୍ବ ଅପେକ୍ଷା ଆମ ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ବୋଲି ଲେଖିଛନ୍ତି ଶ୍ବେତା । ଦିନକୁ ଦିନ ସୌମ୍ୟଜିତ ମୋତେ ଅଧିକରୁ ଅଧିକ ଭଲ ପାଉଛନ୍ତି ଆଉ ଆମ ସମ୍ପର୍କ ଆହୁରି ମଜବୁତ ହେଉଛି । ଭଗବାନ ଆମ ସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ବେତା ତାଙ୍କ ଡାଏରୀରେ ଲେଖିଛନ୍ତି ।