ହାତୀ ମୃତ୍ୟୁ ରୋକିବାକୁ ଗଠିନ ହେବ ଜଏଣ୍ଟ ଟାସ୍କ ଫୋର୍ସ

କଟକ : ହାତୀ ମୃତ୍ୟୁ ରୋକିବାକୁ ଗଠିନ ହେବ JTF ବା ଜଏଣ୍ଟ ଟାସ୍କ ଫୋର୍ସ । ପୋଲିସ ଓ ବନ ବିଭାଗକୁ ନେଇ ଗଠିନ ହେବ JTF । ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବା ପାଇଁ ଏହି ଫୋର୍ସ କାମ କରିବ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପୋଲିସ ଡିଜି । ସେପ୍ଟେମ୍ବର ୨୬ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ନେଇ ହାଇକୋର୍ଟ କହିଛନ୍ତି ।