ନୟାଗଡ଼, ୦୯/୦୩: ନୟାଗଡ଼ ବ୍ଲକ ଇଟାମାଟି ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆସନ୍ତା ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଜିଉ ମନ୍ଦିର ଇଟାମାଟିଠାରେ ପଞ୍ଚରାତ୍ର ମହୋତ୍ସବ ଅନୁଷ୍ଠିତ ହେଉଛି। ବୁଧବାର ଦିନ ଗ୍ରାମରେ ୧୦୮ କଳସ ଗ୍ରାମ ପରିକ୍ରମା କରିଥିଲେ। ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଯୋଗ ଦେଇଛନ୍ତି ଡଃ ମୋହନ ଚନ୍ଦ୍ର ପ୍ରଧାନ, ଡଃ ସିତୁ ପ୍ରକାଶ ରଥ, ଡଃ ଗଣେଶ୍ୱର ସ୍ୱାଇଁ, ଡଃ ଗୁରୁ ପ୍ରସାଦ ମହାପାତ୍ର। ପ୍ରତ୍ୟେକ ଦିନ ସନ୍ଧ୍ୟା ୫ ଘଟିକାରେ ଗ୍ରାମର କଳାକାରଙ୍କ ଦ୍ଵାରା ଭଜନ ପରିବେଷଣ ହେଉଛି। ସନ୍ଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହୁଛି। ପ୍ରତ୍ୟେକ ଦିନ ରାତ୍ର ୧୦.୦୦ ସମୟରେ ଭକ୍ତମାନଙ୍କୁ ନେଇ ପ୍ରସାଦ ସେବନ କରାଯାଏ। ଆସନ୍ତା ୧୦ ତାରିଖ ଅପରାହ୍ନ ତିନିଟାରେ ପୂର୍ଣ୍ଣାହୁତି ହେବାର ସୂଚନା ଦେଇଛନ୍ତି ମନ୍ଦିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ। ଟ୍ରଷ୍ଟି ଜଗନ୍ନାଥ ପାତ୍ର, କାଳୁ ଚରଣ ଲେଙ୍କା, କୃପାସିନ୍ଧୁ ପ୍ରଧାନ, ଦିଲ୍ଲୀପ ପଟ୍ଟନାୟକ, ଭରତ ପ୍ରଧାନ, ବୈଷ୍ଣବ ଚରଣ ଦାସ, ନରସିଂହ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ପ୍ରଫୁଲ୍ଲ କୁମାର ଜେନା, କିଶୋର ନାୟକ, ଅରୁଣ ପଟ୍ଟନାୟକ, ବେଣୁଧର ନାୟକ, ଆଶିଷ କୁମାର ଅଗ୍ରୱାଲ, ପ୍ରଦୀପ ସେଠୀ, ଉମେଶ ଚନ୍ଦ୍ର ସାହୁ, ସମାଜ ସେବୀ ଭାଗିରଥି ବାଇ ପ୍ରମୁଖ ସହଯୋଗ କରୁଛନ୍ତି।