ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଫ୍ୟୁଚର ପ୍ଲାନିଂ ବିଷୟରେ କହିଲେ ରୋହିତ ଶର୍ମା

ଅବସର ନେବା ଖବର ଉପରୁ ପରଦା ଉଠାଇଲେ

ମୁମ୍ବାଇ, ୧୦/୦୩: ମାର୍ଚ୍ଚ ୯ ତାରିଖ ରବିବାର ଭାରତର ଚାମ୍ପିୟନ୍ସ ଟ୍ରଫି ବିଜୟ ପରେ ଉତ୍ସାହିତ ଅଛନ୍ତି ଭାରତୀୟ ଦଳ। ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଏବଂ ଟି-୨୦ ବିଶ୍ୱକପ୍ ପରେ କ୍ରମାଗତ ଦ୍ବିତୀୟ ଆଇସିସି ଟାଇଟଲ ହାସଲ କରିଛି। ତେବେ ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ଦିନିକିଆରୁ ଅବସର ନେବେ ବୋଲି ଅନେକ ଗୁଜବ ପ୍ରକାଶ ପାଇଥିଲା। ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଦିନିକିଆରୁ ଅବସର ନେବାକୁ ଥିବା ଖବରକୁ ଗୁଜବ କହି ଖଣ୍ଡନ କରିଛନ୍ତି।

ରୋହିତ କହିଛନ୍ତି, ଭବିଷ୍ୟତରେ କୌଣସି ଯୋଜନା ନାହିଁ। ସବୁ କିଛି ସେମିତି ଚାଲିବ। ମୁଁ ଏହି ଫର୍ମାଟରୁ ଅବସର ନେବି ନାହିଁ। ବାସ୍ ଏଭଳି ଗୁଜବ ଯେପରି ଆଗକୁ ନ ବ୍ୟାପିବ ସେ ପ୍ରତି ଧ୍ୟାନ ଦେବାକୁ ପଡିବ।

କୋହଲି ନିଜର ଭବିଷ୍ୟତ ବିଷୟରେ ସଙ୍କେତ ଦେଇ କହିଛନ୍ତି ଯେ, ଖେଳରୁ ଯେବେ ଦୂରେଇ ଯିବାକୁ ନିଷ୍ପତ୍ତି ନେବେ, ହେବେ ଭାରତୀୟ ଦଳକୁ ଭଲ ସ୍ଥିତିରେ ଛାଡ଼ି ଯିବାକୁ ଚାହିଁବି।