ଅନୁଭବ-ଜାଗୃତିଙ୍କ ଗ୍ରାଣ୍ଡ ୱେଣ୍ଡିଂ
ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଅନୁଭବ
ସାମ୍ନାକୁ ଆସିଲା ବିବାହ ବେଳର ଫଟୋ ଓ ଭିଡ଼ିଓ
ଭୁବନେଶ୍ୱର, ୧୧/୦୩: ସମସ୍ତ କଳ୍ପନାଜଳ୍ପନାକୁ ଅନ୍ତ ଘଟାଇ ଓଡ଼ିଆ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଆଜି ସାମ୍ବାଦିକା ତଥା ଲେଖିକା ଜାଗୃତୀ ଶୁକ୍ଳାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଉଭୟ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜ୍ୟ ବାହାରେ ଏହି ବିବାହ ସମ୍ପନ୍ନ ହୋଇଛି। ବର-କନ୍ୟାଙ୍କ ମାଳ ଆଦାନ ପ୍ରଦାନର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
ମାର୍ଚ୍ଚ ୮ ରେ ନିର୍ବନ୍ଧ ହୋଇଥିଲା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଛାଡ଼ପତ୍ର ହେବା ପରେ ଦ୍ୱିତୀୟ ଥର ପାଇଁ ସାମ୍ବାଦିକା ଜାଗୃତିଙ୍କୁ ବିବାହ କରିଛନ୍ତି।