ବମ୍ବେ ବ୍ଲାଷ୍ଟ: ବଦଳାଇ ଦେଇଥିଲା ବମ୍ବେର ଚେହେରା
ମନେ ପଡିଲେ ଆଜି ବି ଲୋମଟାଙ୍କୁରି ଉଠେ
ଏ ସଂକ୍ରାନ୍ତରେ ବିସ୍ତୃତ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ
ଆଜିର ତାରିଖ ୨୦୨୫ ମାର୍ଚ୍ଚ ୧୨
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସାର୍ ଜେମ୍ସ ଆବଟ (୧୨ ମାର୍ଚ୍ଚ ୧୮୦୭ – ୬ ଅକ୍ଟୋବର ୧୮୯୬) ଭାରତୀୟ ସେନାରେ ଜଣେ ବ୍ରିଟିଶ ଅଧିକାରୀ ଥିଲେ। ପାକିସ୍ତାନର ଆବୋଟାବାଦ ସହର ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ତାଙ୍କ ନାମରେ ନାମିତ ହୋଇଥିଲା।
୨. ଯଶବନ୍ତରାଓ ବଲୱନ୍ତରାଓ ଚୌହାନ (୧୨ ମାର୍ଚ୍ଚ ୧୯୧୩ – ୨୫ ନଭେମ୍ବର ୧୯୮୪) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ସେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ୧୯୭୯ ମସିହାରେ ଚରଣ ସିଂହ ସରକାରରେ ସେ ଭାରତର ଉପପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଗଣେଶ ପାଇନେ (୧୧ ଜୁନ ୧୯୩୭ – ୧୨ ମାର୍ଚ୍ଚ ୨୦୧୩) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଥିଲେ। ପାଇନେଙ୍କୁ କେରଳ ସରକାର ରାଜା ରବି ବର୍ମା ପୁରସ୍କାର ଏବଂ ୨୦୧୧ରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମ ଉପରେ:-
୧୩୬୫ – ଭିଏନା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
୧୮୮୪ – ମିସିସିପିରେ ପ୍ରଥମ ଆମେରିକୀୟ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।
୧୯୩୦ – ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ। ସେଠାରେ ୭୮ ଜଣ ଲୋକ ତାଙ୍କ ସହ ଶୋଭାଯାତ୍ରା ଆରମ୍ଭ କରି ସାବରମତୀସ୍ଥିତ ତାଙ୍କ ଆଶ୍ରମରୁ ଉପକୂଳବର୍ତ୍ତୀ ଗ୍ରାମ ଦାଣ୍ଡି ପର୍ଯ୍ୟନ୍ତ ୨୪୧ ମାଇଲ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।
୧୯୫୪ – ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ହୋଇଥିଲା। ଏହା ଭାରତୀୟ ଭାଷାରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସୃଷ୍ଟି କରାଯାଇଥିଲା।
୧୯୬୮ – ମରିସସ ବ୍ରିଟିଶ ମାନଙ୍କ କବଳରୁ ସ୍ୱାଧୀନ ହୋଇଥିଲା।
୧୯୯୩ – ଭାରତର ମୁମ୍ବାଇରେ ସବୁଠୁ ବଡ଼ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସହରର ବିଭିନ୍ନ ସ୍ଥାନରେ ଘଟିଥିବା ୧୨ଟି ବୋମା ବିସ୍ଫୋରଣର ସିରିଜ୍ ଥିଲା। ଏହି ବିସ୍ଫୋରଣ ପାଇଁ ଦାଉଦ ଇବ୍ରାହିମ ଓ ୟାକୁବ ମେମନ ଦାୟୀ ଥିଲେ। ଏହି ଆକ୍ରମଣରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ।