ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଏକ ରିପୋର୍ଟ ମାଗିଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦଳ ଆମ ଆଦମି ପାର୍ଟି (ଆପ) ସରକାରର ଅଡ଼ୁଆ କମିବାର ନାଁ ନେଉନି। ଅବକାରୀ ନୀତି ପରେ ଏବେ ଦିଲ୍ଲୀର ସରକାରୀ ବିଦ୍ୟାୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣକୁ ନେଇ ସରକାରଙ୍କ ସମସ୍ୟା ଏବେ ପୁଣି ବଢ଼ୁଥିବା ଦେଖାଯାଇଛି।

ଉପରାଜ୍ୟପାଳ ବିନୟ ସକସେନା ସ୍କୁଲଗୁଡ଼ିକରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ମାମାଲରେ କେନ୍ଦ୍ରୀୟ ସତର୍କତା ଆୟୋଗର (ସିବିସି) ତଦନ୍ତ ରିପୋର୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସତର୍କତା ବିଭାଗ ପକ୍ଷରୁ ଅଢ଼େଇ ବର୍ଷ ପରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ରପୋର୍ଟ ମାଗିଛନ୍ତି।

ସିବିସି ଯାଞ୍ଚ ରିପୋର୍ଟରେ କୁହାଯାଇଛି ଯେ ପରିଯୋଜନା ନିର୍ମାଣରେ ଅନେକ ଅନିୟମିତତା ହେବା ସହିତ ଦୋଷତୃଟି ମଧ୍ୟ ରହିଛି। ସିବିସି ଦ୍ୱାରା ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ସେକ୍ରେଟରିଙ୍କୁ ୨୦୨୦ ଫେବୃଆରୀ ୧୭ରେ ଗୋଟିଏ ରିପୋର୍ଟ ପଠାଯାଇଥିଲା ଯେଉଁଥିରେ ଆଗାମି ଯାଞ୍ଚ ପାଇଁ  ତାଙ୍କର ମତାମତ ମଗାଯାଇଥିଲା।