ଭୁବନେଶ୍ଵର, ୧୪/୦୩: ଗତ ୧୨ ତାରିଖରେ ସାମାଜିକ ଅନୁଷ୍ଠାନ ଗୁଗୁଲ ସଂଗଠନ ଷଷ୍ଠ ତମ ବାର୍ଷିକ ସମାରୋହ ରୟାଲ ରିସୋର୍ଟ ସାମନ୍ତରାପୁରଠାରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲଚନା ଦାସ, ରାଜ୍ୟ ମହିଳା ନିଗମ ଅଧକ୍ଷା ମିନତୀ ବେହେରା ଏବଂ ସ୍ଥାନୀୟ କର୍ପୁରେଟର ଓ ଉପଦେଷ୍ଟା ବିରଞ୍ଚି ନାରାୟଣ ମହାସୁପକାରଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ମଞ୍ଚାସୀନ କର୍ପୋରେଟର ଅମରେଶ ଜେନା, ଲୋକସଭା ପାର୍ଥୀ ୟାଶୀରି ନୱାଜ, ସୁଜାତା ପାଶ୍ଚାୟତ, ମଧୁସ୍ମିତା ରଥ ଓ ଅନ୍ୟାନ୍ୟ ପ୍ରମୁଖ ମାନ୍ୟଗଣମାନେ ଯୋଗଦେଇ ସଂଗଠନର ବିଭିନ୍ନ ସମାଜଧର୍ମୀ, ଦିବ୍ୟାଙ୍ଗ ଓ ଗଣମାଧ୍ୟମ ବନ୍ଧୁମାନଙ୍କୁ ମାନପତ୍ର ପ୍ରଦାନ କରାଇଥିଲେ। ସଂଗଠନର ସଭାପତି ସୁରେଶ ଚନ୍ଦ୍ର ବେହେରା ସଭାପତିତ୍ୱ ଓ ହରିହର ଶିଙ୍ଗଦେଓ ମଞ୍ଚ ପରିଚାଳନା କରିଥିଲେ। ଗୁଗୁଲ ସଂଗଠନର ବାର୍ଷିକ ଉତ୍ସବରେ ଓଡ଼ିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟକ ଦିବ୍ୟାଙ୍ଗମାନେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ ନୁହଁନ୍ତି ଏ କଥା ମେୟର ସୁଲୋଚନା ଦାସ କହିଥିଲେ। ଦିବ୍ୟାଙ୍ଗମାନେ ନାଚ, ଗୀତ, ବାଦ୍ୟ ବଜାଇ ନିଜ ନିଜର ପ୍ରତିଭା ଦେଖାଇଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ ସମାଜସେବୀ, ଜ୍ଞାନୀ, ଗୁଣି ବୁଦ୍ଧିଜୀବୀ, ଯୋଗଦେଇଥିଲେ। ଗୁଗୁଲ ସଂଗଠନର ପ୍ରତିଷ୍ଠାତା ରଞ୍ଜନ କୁମାର ନାୟକ, ସଂଯୁକ୍ତା ନାୟକ ଓ ସହଯୋଗୀ ଗୌରହରି ନାୟକ, ରୀତା ନାୟକ, ମାମି ବିଷୋୟୀ, ବସନ୍ତ କୁମାର ପାତ୍ର, ସ୍ଵାଗତିକା ରାଓ, ସୁଜାତା ଜେନା ଓ ଆରଙ୍ଗିନୀ ଦାସ, ସୁକାନ୍ତ (ମାମୁଁ ), ନିକୁ, ରାମ, ଟୁନା ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସଂକୁନା କଅଁର ଧନ୍ୟବାଦ ଅର୍ପଣ ଦେଇଥିଲେ।