ଭୁବନେଶ୍ୱର, ୧୮/୦୩: ମେଟ୍ରୋ ପ୍ରକଳ୍ପ ବିସ୍ତାର ହେବ। ମେଟ୍ରୋ ରୁଟର ହେବ ସଂପ୍ରସାରଣ। ତ୍ରିଶୁଳିଆ ପର୍ଯ୍ୟନ୍ତ ସଂଯୋଗ କରିବାକୁ ଥିବା ମେଟ୍ରୋ ରୁଟ୍ ଆହୁରି ବ୍ୟାପକ କରାଯାଇ କଟକ ପର୍ଯ୍ୟନ୍ତ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପକୁ କଟକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଯେଉଁମାନେ ଏଥିପାଇଁ ସର୍ଭେ କରିବେ। ଖୁବ୍ ଶୀଘ୍ର ଏଥି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯିବ। ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ୨୦୨୭ରୁ କାର୍ଯ୍ୟକ୍ଷମ ହେବ। ୬,୨୫୫ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଉଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାବ୍ୟତୀତ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ତିନି ଥାକିଆ ରାସ୍ତା କରାଯିବ।