ନୂଆଦିଲ୍ଲୀ, ୧୮/୦୩: ଅଶାନ୍ତ ମଧ୍ୟପ୍ରାଚ୍ୟ। ଅସ୍ତ୍ରବିରତି ଅବଧି ସରିବା ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଛି ଅସ୍ତ୍ରଶସ୍ତ୍ର ଉଲ୍ଲଂଘନ। ପାଲେଷ୍ଟାଇନ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୩୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ପାଲେଷ୍ଟାଇନ ନାଗରିକ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି। ଗତ ଜାନୁଆରୀରେ ଅସ୍ତ୍ରବିରତି ବନ୍ଦ ପାଇଁ ଚୁକ୍ତି ହେବା ପରେ ଏହା ବଡ଼ ଧରଣର ଆକ୍ରମଣ।
ହମାସର ସୂତ୍ରରୁ ଜଣାପଡିଛି ଯେ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ରେ ଏହାର ୪ ଜଣ ସରକାରୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି।
ସେମାନଙ୍କ ମଧ୍ୟରୁ ଜଣେ ଗୃହ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ମହମ୍ମଦ ଅବୁ ୱାଫାଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟମାନେ ହେଲେ ସରକାରୀ କାର୍ଯ୍ୟ ଅନୁସରଣ ମୁଖ୍ୟ ଇସାମ୍ ଅଲ୍-ଡାଲିସ୍, ନ୍ୟାୟ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ଅହମ୍ମଦ ଅଲ୍-ହାଟ୍ଟା ଏବଂ ଗୃହ ନିରାପତ୍ତା ସେବାର ମହାନିର୍ଦ୍ଦେଶକ ବାହଜତ ଅବୁ ସୁଲତାନ।
ଇସ୍ରାଏଲ ସେନା ନିକଟରେ ଗାଜାର ଏକାଧିକ ଅଞ୍ଚଳ ପାଇଁ ନୂତନ ସ୍ଥାନାନ୍ତର ଆଦେଶ ଜାରି କରିଛି। ଯୁଦ୍ଧ ଜାରି ରହିଥିବାରୁ ଅନେକ ଲୋକ ନିଜକୁ ସୁରକ୍ଷିତ ମନେ କରୁଥିବା ଅଞ୍ଚଳକୁ ପଳାୟନ କରୁଛନ୍ତି। ଗାଜା ସହରର ଦକ୍ଷିଣ କିମ୍ବା ପଶ୍ଚିମ ଅଞ୍ଚଳରେ ଥିବା ଖାନ୍ ୟୁନିସ୍ ଅଭିମୁଖେ ଯାତ୍ରା କରିବାକୁ ଇସ୍ରାଏଲ ଗାଜାର ନାଗରିକ ମାନଙ୍କୁ ପରାମର୍ଶ ଦେଇଛି।