ନୂଆଦିଲ୍ଲୀ, ୨୪/୦୩: ବଢିଲା ସାଂସଦଙ୍କ ଦରମା ଓ ଭତ୍ତା। ସାଂସଦଙ୍କ ମାସିକ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସାଂସଦଙ୍କ ଦରମା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଛି। ସେହିପରି ଦୈନିକ ଭତ୍ତା ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ୫ ବର୍ଷରୁ ଅଧିକ ସମୟ ଧରି ସାଂସଦ ଭାବେ କାର୍ଯ୍ୟ କରିଥିଲେ, ଅଧିକ ୨୫୦୦ ଟଙ୍କା ପେନସନ ମିଳିବ। ଏହି ବର୍ଦ୍ଧିତ ରାଶି ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ।