କୋର୍ଟରୁ ଫେରାର କଏଦୀ ତେଲେଙ୍ଗାନାରୁ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟରୁ ଫେରାର କଏଦୀ ଗିରଫ । ତେଲେଙ୍ଗାନା ସାଇବରାବାଦ ଥାନା କୁଣ୍ଡୁର ଅଞ୍ଚଳରୁ ଗିରଫ କଲା ବଡଗଡ଼ ଥାନା ପୋଲିସ । ଗିରଫ ଅଭିଯୁକ୍ତ ବିଜୟ ମାଣିଆ । ଗତ ଜୁନ ୨୫ ତାରିଖରେ ବିଜୟ କୋର୍ଟରୁ ଫେରାର ହୋଇଯାଇଥିଲା । ପୋଲିସ ସୂଚନା ଅନୁସାରେ ୨୦୧୯ ମସିହାରେ ବିଜୟ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ କଟକ ଅବକାରୀ ଦ୍ୱାରା ଗିରଫ ହୋଇଥିଲା ।

ପରେ ଗତ ଜୁନରେ ୨୫ ତାରିଖରେ କୋର୍ଟ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟଙ୍କ ରାୟ ଆସିବା ପରେ ପୋଲିସକୁ ଚକମା ଦେଇ ଛୁ ମାରିଥିଲା ବିଜୟ । ଫେରାର ପରେ ପ୍ରଥମେ କଟକ ପରେ ପୁରୀରୁ ଟ୍ରେନ ଯୋଗେ ତେଲେଙ୍ଗାନା ପାଳାଇ ଯାଇ ଏକ ପେପେର ମିଲରେ କାମ କରୁଥିବା ବେଳେ ପୋଲିସ୍ ତାକୁ ଗିରଫ କରିଛି ।