ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଦୁବାଇ: ରବିବାର  ଦୁଲୁକିବ ଦୁବାଇ। ଏସିଆ କପ୍ କ୍ରିକେଟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ -ପାକିସ୍ତାନ ହାଇଭୋଲ୍ଟଜ ମୁକାଵିଲା । ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ବହୁପ୍ରତୀକ୍ଷିତ ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ଭାରତ ତିନି ବିଶେଷଜ୍ଞ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଉଛି।

ଏସିଆ କପ୍ ର ଦ୍ବିତୀୟ ମୁକାବିଲାରେ ସାମ୍ନାସାମ୍ନି ହେବେ ଦୁଇ ମହାରଥୀ । ଏଥି ପାଇଁ ଉଭୟ ଦଳ ବଳ କଷିଛନ୍ତି । ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ୧୦ ମାସ ପୂର୍ବରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ହାତରୁ ପରାଜିତ ହେବାକୁ ପଡ଼ିଥିଲା ।