କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା: ଜଣେ ଯାତ୍ରୀ ମୃତ

ଏସସିବିରେ ୮ ଆହତ ହେଉଛନ୍ତି ଚିକିତ୍ସିତ

କଟକ, ୩୦/୦୩: ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯିବା ପରେ କିଛି ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଥିଲେ। ତୁରନ୍ତ ସେମାନଙ୍କ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ, ଚିକିତ୍ସାଧୀନ ଅବସ୍ଥାରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି‌। ୮ ଜଣ ଆହତ ଯାତ୍ରୀ ଏସସିବିରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଆଜି ୧୧ଟା ୪୫ ମିନିଟ୍ ସମୟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସର ୧୧ଟି ଏୟାରକଣ୍ଡିସନ ବଗି ଲାଇନଚ୍ୟୁତ ହୋଇଥିଲା। ଚୌଦ୍ୱାର ଅଞ୍ଚଳର ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା।