ମୋଦି-ୟୁନୁସଙ୍କ ଭେଟଘାଟ

ପରସ୍ପର ସହ ହାତ ମିଳାଇଲେ, ରାତ୍ରୀ ଭୋଜନ କଲେ

ନୂଆଦିଲ୍ଲୀ, ୦୪/୦୪: ବାଂଲାଦେଶରେ ଶେଖ୍ ହାସିନାଙ୍କ ସରକାର ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡରେ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ବାଂଲାଦେଶ ବିମଷ୍ଟେକ୍ ଶିଖର ସମ୍ମିଳନୀ ଅବସରରେ ୟୁନୁସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଗୁରୁବାର ରାତିରେ ବିମଷ୍ଟେକ୍ ନେତାଙ୍କ ରାତ୍ରୀ ଭୋଜନରେ ମୋଦି ଓ ୟୁନୁସ ପରସ୍ପର ପାଖରେ ବସିଥିବା ଦେଖିବାକୁ ମିଳିଥିଲା।