ଏହି ଦେଶରେ ୧୦୦୦ ପାର ହୋଇଥିଲା କୋଭିଡ-୧୯ରେ ସଂକ୍ରମିତ ମୃତ୍ୟୁ ସଂଖ୍ୟା

ଅଧିକ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୧ ଏପ୍ରିଲ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେ (୧୧ ଏପ୍ରିଲ ୧୮୨୭ – ୨୮ ନଭେମ୍ବର ୧୮୯୦), ଜଣେ ଭାରତୀୟ ସମାଜ ସୁଧାରକ, ଜାତି ବିରୋଧୀ ସମାଜ ସଂସ୍କାରକ ଏବଂ ଲେଖକ ଥିଲେ। ଅସ୍ପୃଶ୍ୟତା ଦୂରୀକରଣ, ଜାତି ପ୍ରଥା ଏବଂ ମହିଳା ଓ ଶୋଷିତ ଜାତିର ଲୋକଙ୍କୁ ଶିକ୍ଷିତ କରିବାରେ ସେ ସର୍ବଦା ପ୍ରୟାସ କରୁଥିଲେ।

୨. କସ୍ତୁରବା ଗାନ୍ଧୀ (୧୧ ଅପ୍ରେଲ ୧୮୬୯ – ୨୨ ଫେବୃଆରୀ ୧୯୪୪), ଜଣେ ଭାରତୀୟ ରାଜନୈତିକ କର୍ମୀ। ୧୮୮୩ ମସିହାରେ ସେ ମହାତ୍ମା ଗାନ୍ଧୀଙ୍କୁ ବିବାହ କରିଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତର ସ୍ୱାଧୀନତା ପାଇଁ ଅହିଂସାତ୍ମକ ଆନ୍ଦୋଳନ ସମୟରେ ସେ ବ‌ହୁତ ଥର ଜେଲ ମଧ୍ୟ ଯାଇଛନ୍ତି।

୩. ଜାମିନୀ ରାୟ (୧୧ ଅପ୍ରେଲ ୧୮୮୭ – ୨୪ ଅପ୍ରେଲ ୧୯୭୨) ଜଣେ ଭାରତୀୟ ଚିତ୍ରଶିଳ୍ପୀ ଥିଲେ। ୧୯୫୫ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

୪. ଜଗଦଗୁରୁ ଭାରତୀ ତୀର୍ଥ ମହାସ୍ୱାମୀ, ଜଣେ ଭାରତୀୟ ଧାର୍ମିକ ନେତା। ସେ ହେଉଛନ୍ତି ଶ୍ରୀଙ୍ଗେରୀ ଶାରଦା ପୀଠର ୩୬ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟ।

୫. ରବୀନ୍ଦ୍ର କୌଶିକ (୧୧ ଅପ୍ରେଲ ୧୯୫୨ – ନଭେମ୍ବର ୨୦୦୧) ଭାରତୀୟ ଗୁଇନ୍ଦା ସଂସ୍ଥା (ର’) ଏଜେଣ୍ଟ ଥିଲେ। ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର ଭାବେ ବିବେଚନା କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଫନିଶ୍ୱର ନାଥ ରେଣୁ (୪ ମାର୍ଚ୍ଚ ୧୯୨୧ – ୧୧ ଏପ୍ରିଲ ୧୯୭୭) ଜଣେ ଲେଖକ ଥିଲେ। ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ରେ ସମ୍ମାନିତ କରାଯାଇଥିଲା। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତିର ପ୍ରତିବାଦ ରେ ସେ ୧୯୭୦ ମସିହାରେ ପାଇଥିବା ପଦ୍ମଶ୍ରୀକୁ ଫେରାଇ ଦେଇଥିଲେ।

୨. ଶ୍ରୀମଦ୍ ରାଜଚନ୍ଦ୍ର (୯ ନଭେମ୍ବର ୧୮୬୭ – ୧୧ ଅପ୍ରେଲ ୧୯୦୧), ଜଣେ ଜୈନ କବି, ଦାର୍ଶନିକ, ପଣ୍ଡିତ ଓ ସଂସ୍କାରକ ଥିଲେ।

୩. ବିଷ୍ଣୁ ପ୍ରଭାକର (୨୧ ଜୁନ୍ ୧୯୧୨ – ୧୧ ଅପ୍ରେଲ ୨୦୦୯) ଜଣେ ହିନ୍ଦୀ ଲେଖକ ଥିଲେ। ସେ ହରିୟାଣାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଥିଲେ। ୧୯୯୩ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ ମସିହାରେ ମହାପଣ୍ଡିତ ରାହୁଲ ସଂସ୍କୃତି ପୁରସ୍କାର ଏବଂ ୨୦୦୪ ମସିହାରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୬୪ – ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଟ୍ରୋୟସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୬୭୭ – ଫ୍ରାନ୍ସ ସୈନ୍ୟମାନେ ପ୍ରିନ୍ସ ୱିଲିୟମ ତୃତୀୟଙ୍କୁ କାସେଲ ଯୁଦ୍ଧରେ ପରାସ୍ତ କରିଥିଲେ।

୧୯୦୦ – ଇଞ୍ଜିନିୟର ଜନ୍ ଫିଲିପ୍ ହଲାଣ୍ଡ ପ୍ରଥମ ଆଧୁନିକ ବୁଡ଼ାଜାହାଜ ନିର୍ମାଣ କରିଥିଲେ।

୧୯୧୯ – ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପ୍ରତିଷ୍ଠା ହୋଇଥିଲା।

୧୯୪୫ – ଆମେରିକୀୟ ସୈନ୍ୟ ବୁଚେନୱାଲ୍ଡ କନସେଣ୍ଟେସନ କ୍ୟାମ୍ପକୁ ମୁକ୍ତ କଲେ।

୧୯୭୦ – ଆପୋଲୋ ୧୩ ଚନ୍ଦ୍ରକୁ ଉତକ୍ଷେପଣ କରାଯାଇଥିଲା।

୨୦୨୦ – ବ୍ରାଜିଲରେ ପ୍ରଥମ ଦେଶ ଭାବେ କୋଭିଡ୍-୧୯ରେ ୧,୦୦୦ରୁ ଅଧିକ ରେକର୍ଡ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା।