କୁଚିଣ୍ଡା, ୧୩/୦୪(ଦର୍ଶନ ନ୍ୟୁଜ): କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ପାଖରେ ଥିବା କ୍ୱାଲିଟି କଲେକ୍ସନରେ ରବିବାର ସକାଳୁ ନିଆଁ ଲାଗି ଅଣାୟତ୍ତ ହୋଇଛି। ନିଆଁ ଲାଗିବା ନେଇ କୌଣସି କାରଣ ଜଣା ପଡି ନଥିବା ବେଲେ ସର୍ଟ ସର୍କିଟ ନିଆଁର କାରଣ ହୋଇଥିବା ସନ୍ଦେହ କରି କୁଚିଣ୍ଡା ଦମକଳ ବିଭାଗ ନିଆଁକୁ ଆୟତ୍ତ କରିବାରେ ଲାଗି ପଡିଛି। କୁଚିଣ୍ଡା ଦମକଳ ବିଭାଗର ୩ଟି ଗାଡି ସହ ୧୩ ଜଣିଆ ଟିମ ନିଆଁକୁ ଆୟତ୍ତ କରିବାରେ ଲାଗିପଡିଛନ୍ତି। ଲକ୍ଷାଧିକ ଟଙ୍କାର କପଡା ପୋଡି ପାଉଁଶ ହୋଇଯାଇଛି ବୋଲି ସୂଚନା ମିଳିଛି।
Next Post