ବରଗଡ଼, ୧୬/୦୪: ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଟୁର୍ଚା ଠାରେ ଆଜି ଭୋର ସକାଳୁ ଉକ୍ତ ଗ୍ରାମର ଦୁଇ ଜଣ ମହିଳା ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହଠାତ୍ ଏକ ବଣୁଆ ହାତୀର ସମ୍ମୁଖୀନ ହୋଇଥିଲେ, ଫଳରେ କିଛି ଭାବିବା ପୂର୍ବରୁ ହାତୀଟି ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ କେତକୀ ସାହୁଙ୍କ ମୃତ୍ୟୁ ଘଟିଥିବା ଵେଳେ ଆଉ ଜଣେ କୁମୋଦିନି ଗୁରୁତର ଥିବା ବେଳେ ପ୍ରଥମେ ଗାଇସିଲେଟ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ...