ଭୁବନେଶ୍ୱର, ୧୬/୦୪: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅନୁଗୁଳ, ଢେଙ୍କାନାଳ, କଟକ ଓ କଳାହାଣ୍ଡି ଜିଲ୍ଲାର ୮ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଢେଙ୍କାନାଳର ଗାୟତ୍ରୀ ନଗରର ୧୫ ନମ୍ବର ୱାର୍ଡରେ ଥିବା ଶ୍ରୀ ଶତପଥୀଙ୍କ ବାସଭବନ, ଅନୁଗୁଳ ଆଠମଲ୍ଲିକରେ ଥିବା ଶ୍ରୀ ଶତପଥୀଙ୍କ କ୍ୱାର୍ଟର ସମେତ ୮ ଟି ସ୍ଥାନରେ ଚଢ଼ାଉ ଚାଲିଛି।
କଟକ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ଓ ସହାୟକ କର୍ମଚାରୀ ଏହା ଚଢ଼ାଉରେ ସାମିଲ ଅଛନ୍ତି।