ଡ୍ରେକ ପାସେଜରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ
ସୁନାମୀ ପାଇଁ ସତର୍କ ସୂଚନା ଜାରି କଲା ଦକ୍ଷିଣ ଆମେରିକୀୟ ଦେଶ ଚିଲି
ନୂଆଦିଲ୍ଲୀ, ୦୨/୦୫: ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏବଂ ଆର୍ଜେଣ୍ଟିନାର ଦକ୍ଷିଣ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆର୍ଜେଣ୍ଟିନାର ଡ୍ରେକ୍ ପାସେଜ୍ ନିକଟରେ ଏହି ଭୂକମ୍ପର କେନ୍ଦ୍ର ସ୍ଥଳୀ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ୍) ଆକଳନ ଅନୁସାରେ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଭୂକମ୍ପର ତୀବ୍ରତା ୧୦ କିଲୋମିଟର ପର୍ଯ୍ୟନ୍ତ ଥିଲା ବୋଲି ଜଣାପଡ଼ିଛି। ଏହା ପରେ ଚିଲିରେ ସୁନାମୀ ଆଶଙ୍କା କରି ସତର୍କ ସୂଚନା ଜାରି କରାଯାଇଛି।
ଚିଲିର ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଆମେ ମାଗାଲେନ ଅଞ୍ଚଳରେ ଥିବା ସମୁଦ୍ର କୂଳକୁ ଖାଲି କରିବାକୁ ସ୍ଥାନୀୟ ଲୋକଙ୍କୁ ନିର୍ଦ୍ଦେଶ ଦେଇଛୁ।”
ଦକ୍ଷିଣ ଆମେରିକାର କେପ ହର୍ଣ୍ଣ, ଚିଲି, ଆର୍ଜେଣ୍ଟିନା ଏବଂ ଆଣ୍ଟାର୍କଟିକାର ଦକ୍ଷିଣ ଶେଟଲ୍ୟାଣ୍ଡ ଦ୍ୱୀପପୁଞ୍ଜ ନିକଟରେ ସମୁଦ୍ରର ମିଳନ ସ୍ଥଳୀ ହେଉଛି ଡ୍ରେକ୍ ପାସେଜ୍। ଏହା ଆଟଲାଣ୍ଟିକ ମହାସାଗର (ସ୍କୋଟିଆ ସାଗର)ର ଦକ୍ଷିଣ-ପଶ୍ଚିମ ଭାଗକୁ ପ୍ରଶାନ୍ତ ମହାସାଗରର ଦକ୍ଷିଣ-ପୂର୍ବ ଭାଗ ସହିତ ସଂଯୋଗ କରି ଦକ୍ଷିଣ ମହାସାଗରରେ ମିଶିଛି।