ଭୁବନେଶ୍ୱର, ୧୪/୦୫: ପୁରୀର ନରେନ୍ଦ୍ର ପୁଷ୍କରିଣୀ ପୋଖରୀରେ ବୁଧବାର ଅପରାହ୍ନରେ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପ୍ରବଳ ଗରମ ହେଉଥିବାରୁ ଯୁବକ ଜଣକ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ହେଲେ ପୋଖରୀର ଗଭୀରା ମଧ୍ୟକୁ ଚାଲିଯାଇଥିଲେ ଆଉ କୂଳକୁ ଫେରି ପାରିନଥିଲେ। ଦୁଃର୍ଭାଗ୍ୟ ବଶତଃ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁତ ଖୋଜାଖୋଜି କରିବା ପରେ ଶେଷରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Next Post