ମୁନା ଖାଁଙ୍କ ଇସ୍ତଫା!

ନବୀନ ପଟ୍ଟନାୟକଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର

ଭୁବନେଶ୍ୱର, ୧୫/୦୫: ବିଜେଡ଼ିର ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ। ନବୀନ ନିବାସରେ ପହଞ୍ଚି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି।

ଗତ ୫ ତାରିଖରେ ସଂଖ୍ୟାଲଘୁ ସଂପ୍ରଦାୟ କମିଟି ଗଠନ ହୋଇଥିଲା।ଏଥିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ବ ଦେଇଥିଲେ। ତେବେ ମୁନା ଖାଁଙ୍କ ଇସ୍ତଫା ପଛର କାରଣ ଜଣା ପଡିନଥିବା ବେଳେ ବିଜେଡ଼ି ସୂଥ୍ରରୁ ମଧ୍ୟ କୌଣସି ସୂଚନା ମିଳିନାହିଁ। ଏହା ପରେ ତାଙ୍କର ଦଳ ପ୍ରତି ଆଭିମୁଖ୍ୟ କ’ଣ ରହିବ ସେ ନେଇ ଜଣା ପଡିନାହିଁ।