ଭୁବନେଶ୍ୱର, ୧୭/୦୫: ଓଡ଼ିଶାର ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବିବାଦ ମଧ୍ୟରେ ଫସି ରହିଛନ୍ତି। ପ୍ରେମିକାଙ୍କ ଆତ୍ମହତ୍ୟା ପରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ଲବ। ପ୍ରେମିକାଙ୍କ ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କରିଛନ୍ତି ତାଙ୍କ ପରିବାର। ଏ ନେଇ ବେଙ୍ଗାଲୁରୁର ଏକ ଥାନାରେ ତାଙ୍କ ନାଁରେ ଅଭିଯୋଗ ଦାୟର କରିଛନ୍ତି ପ୍ରେମିକା ସୋଲୋମି ମୁର୍ମୁଙ୍କ ଭାଇ।
ତେବେ ଅଭିଯୋଗକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଲବଙ୍କ ଠୋସ୍ ଖବର ମିଳୁନି। ସେପଟେ ଲବଙ୍କ ପାରିବାରିକ ସମ୍ପର୍କ ଓ ବ୍ୟକ୍ତିଗତ ଜୀବନକୁ ନେଇ ଝଡ଼ ଉଠିଲାଣି। ଲବଙ୍କ ପ୍ରେମିକାଙ୍କ ମୃତ୍ୟୁ ଖୋଲିଦେଲା ତାଙ୍କ ଅସଲ ଗୁମର। ଧିରେ ଧିରେ ଲବଙ୍କ ପେଡ଼ି ଖୋଲିବାରେ ଲାଗିଛି।
ବିବାଦ ମଧ୍ୟରେ ଲବଙ୍କ ସମ୍ପର୍କୀୟମାନେ ଗଣମାଧ୍ୟମରେ ତାଙ୍କ ବିଷୟରେ ସବୁ କଥା କହୁଛନ୍ତି। ଲବଙ୍କ ବଡ଼ ବାପା ପୁଅ ଭାଇ କହିଛନ୍ତି ଯେ, ଲବ ବିବାହିତ ଏବଂ ତାଙ୍କର ୬-୭ ବର୍ଷର ଏକ ଝିଅ ଅଛି। କିନ୍ତୁ ଲବଙ୍କ ପାଖରେ ରୁହନ୍ତି ନାହିଁ ତାଙ୍କ ସ୍ତ୍ରୀ ଏବଂ ଝିଅ। ଲବଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ସେଲେଇପୋଖରୀରେ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଭଦ୍ରକରେ ରୁହନ୍ତି। ତେବେ ଲବଙ୍କ ଭଉଣୀ ଓ ଭଣଜା କହିଛନ୍ତି ଯେ, ଲବ ବିବାହିତ କି ନାହିଁ ସେ ଜାଣି ନାହାନ୍ତି। ଲବଙ୍କ ଭଉଣୀଙ୍କ ଏ ବୟାନ ବିବାଦରେ ନୂଆ ମୋଡ଼ ଆଣିଛି। ସେପଟେ ଲବଙ୍କ ସ୍ତ୍ରୀ ତାଙ୍କ ବିବାହ କଥାକୁ ନେଇ ମୁହଁ ଖୋଲିଛନ୍ତି। ଲବଙ୍କ ସ୍ତ୍ରୀ କହିଛନ୍ତି ଦୁଇ ପରିବାରର ସହମତିରେ ଲବ ହାଁସଦା ଏବଂ ତାଙ୍କର ବିବାହ ହୋଇଥିଲା। ତାଙ୍କର ଏକ ଝିଅ ମଧ୍ୟ ରହିଛି। କିନ୍ତୁ ବାହାଘର ପରେ ଲବ ପ୍ରାୟ ସମୟ ଘରଠୁ ବାହାରେ ରହୁଥିଲେ ଏବଂ ସ୍ତ୍ରୀଙ୍କ କଥା କିଛି ବୁଝୁନଥିଲେ। ବିବାହର ଚାରି ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ଶାଶୁ ଘରେ ରହୁଥିଲେ। ହେଲେ ଲବ ବାହାରେ ରହୁଥିଲେ। ତେବେ ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ ନିର୍ଯାତନା ଅସହ୍ୟ ହେବାରୁ ସେ ତାଙ୍କ ବାପଘରକୁ ଚାଲି ଆସିଥିଲେ।
କେବଳ ଏତିକି ନୁହେଁ, ଏପରିକି ଲବଙ୍କ ଅନେକ ଝିଅ ମାନଙ୍କ ସହ ସମ୍ପର୍କ ଥିବାର ମଧ୍ୟ ଚର୍ଚ୍ଚା ହେଉଛି। ଏପରି ଅନେକ ଅଭିଯୋଗ ଆସିଥିଲେ ମଧ୍ୟ ଲବ ହାଁସଦା କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବର୍ତ୍ତମାନ ସେ ଭିଏତନାମରେ ଥିବା କୁହାଯାଉଛି।
ମୁଖ୍ୟ ପ୍ରସଙ୍ଗ ହେଉଛି, ଲବ ହାଁସଦା ବହୁ କମ୍ ସମୟ ମଧ୍ୟରେ ବିଶ୍ୱ ସାରା ଭ୍ରମଣ କରିବା ସହ ବ୍ଲଗିଙ୍ଗ କରି ପରିଚୟ ହାସଲ କରି ପାରିଥିଲେ। ଓଡ଼ିଶା ସହ ସାରା ବିଶ୍ୱରେ ସୁପରିଚିତ ଅଛନ୍ତି ଲବ ହାଁସଦା। ହେଲେ, ଏହି ବିବାଦ ଲବଙ୍କ କ୍ୟାରିୟର ଉପରେ ବଡ଼ ପ୍ରଭାବ ପକାଇପାରେ।