ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ

ମାଡ଼ି ବସିଲା ଭିଜିଲାନ୍ସ

ବାରିପଦା, ୨୩/୦୫: ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ମୟୁରଭଞ୍ଜ ଜିଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଷମେଣ୍ଟ ବିଭାଗର ବରିଷ୍ଠ କିରାଣୀ ଗୋପାଳ କୃଷ୍ଣ ଦାସ। ଅଭିଯୋଗକାରୀ ତାଙ୍କ ବାପାଙ୍କ ନାମରେ ଥିବା ଦୋକାନକୁ ନିଜ ନାମରେ ପରିବର୍ତ୍ତନ କରିବା ପାଇଁ ବାରମ୍ବାର ଆବେଦନ କରି ଆସୁଥିଲେ ମଧ୍ୟ କିରାଣୀ ଗୋପାଳ କୃଷ୍ଣ ଦାସ କର୍ଣ୍ଣପାତ କରୁନଥିଲେ। ତେବେ କିରାଣୀ ଏ ନେଇ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଧିକ ପଢନ୍ତୁ: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସର ପୂର୍ବ ଯୋଜନା ମୁତାବକ, କିରାଣୀ ଜଣକ ଲାଞ୍ଚ ଟଙ୍କା ନେଲା ବେଳେ ହିଁ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ତାଙ୍କ ନିକଟରୁ କେମିକାଲ ବୋଳା ସମ୍ପୂର୍ଣ୍ଣ ୧୦ ହଜାର ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ସହ କିରାଣୀଙ୍କ କାର୍ଯ୍ୟାଳୟ ଓ ବାସଗୃହ ସମେତ ତାଙ୍କ ସହ ଜଡ଼ିତ ବିଭିନ୍ନ ସମ୍ପତ୍ତି ଉପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ କରିଛି।

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଜେଇ